ପୁରୀ : ବ୍ଲକ ଭିତରେ ମୁହାଁମୁହିଁ ବିଜେଡି – ବିଜେପି ସମର୍ଥକ । ପୁରୀ ଜିଲ୍ଲା ସତ୍ୟବାଦୀରେ ବ୍ଲକ ଅଧ୍ୟକ୍ଷ ସୁନୀଲ ପଣ୍ଡା ଏବଂ ଓମ ପ୍ରକାଶ ମିଶ୍ରଙ୍କ ମଧ୍ୟରେ ହୋଇଛି ଯୁକ୍ତିତର୍କ । ପରେ ଦୁଇ ନେତାଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି । ପିପିଲି ଏସଡିପିଓ ସାକ୍ଷୀ ଗୋପାଳ ପୋଲିସ ପିପିଲି ଆଇଏସଇ ଉତ୍ତେଜନା । ଘଟଣାସ୍ଥଳରେ ରହି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛନ୍ତି । ସାମାନ୍ୟ କଥା କଟାକଟିକୁ ନେଇ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି । ବିଜେପି ଓ ବିଜେଡି ପରସ୍ପରକୁ ଦୁର୍ୱବ୍ୟବହାର ନେଇ ଥାନାରେ ଅଭିଯୋଗ କରିଛନ୍ତି । ଏ ଘଟଣାକୁ କେନ୍ଦ୍ର କରି ଉତ୍ତେଜନା ପରିସ୍ଥତି ସୃଷ୍ଟି ହୋଇଛି ।










