26.1 C
Bhubaneswar
Tuesday, December 23, 2025
Homeଓଡିଶାକେନ୍ଦୁଝରରେ ଚାଷୀଙ୍କୁ ଦେଲେ ସହାୟତା ରାଶି ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝରରେ ଚାଷୀଙ୍କୁ ଦେଲେ ସହାୟତା ରାଶି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଇ ଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି ଆଜି ପୂର୍ବାହ୍ନରେ ଚାଷୀ ମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ମୟୂରଭଞ୍ଜରୁ ହେଲିକପ୍ଟରରେ ଆସି ଧରଣୀଧର ବିଶ୍ୱବିଦ୍ୟାଳୟ ପଡିଆରେ ଓହ୍ଲାଇ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାକୁ ଉଦଘାଟନ କରିଛନ୍ତି। ଏମପି ଅନନ୍ତ ନାୟକ ସମେତ ତେଲକୋଇ ବିଧାୟକ ଡାକ୍ତର ଫକୀର ଚରଣ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, କେନ୍ଦୁଝର ଗଡ ପୌରାଧ୍ୟକ୍ଷ ନିକୁ ସାହୁ, ଜିଲାପାଳ ଓ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ମେଳା ଉଦଘାଟନ କରିବା ସହ ମେଳା ବୁଲି ଦେଖିଥିଲେ। ସରକାର କୃଷି ଓ କୃଷକ ମାନଙ୍କ ବିକାଶ ପାଇଁ ବହୁ କର୍ୟ୍ୟକମ ହାତକୁ ନେଇଥିବା କହିଥିଲେ। । ସେଠାରୁ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ରେ ସିଧା ସଳଖ ଚମ୍ପୁଆ ଯାଇ କଲେଜର ବାର୍ଷିକ ଉତ୍ସବରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି। ସେଠାରୁ ନିଜ ପୈତୃକ ଗ୍ରାମ ସଦର ବ୍ଲକ ରାଇକଳା ଯାଇ କ୍ରିକେଟ ମ୍ୟାଚର ଫାଇନାଲରେ ଯୋଗଦେବେ। ସେଠାରୁ ରାସ୍ତା ପଥରେ ଫେରି ସଂଧ୍ୟାରେ ଆଞ୍ଚଳିକ ହର୍ବାଲ ମେଳାରେ ଯୋଗ ଦେବେ ବୋଲି କାର୍ୟ୍ୟକ୍ରମ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking