ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଏବେଠୁ ଗାଁ ଗାଁ, ପଞ୍ଚାୟତ ପଞ୍ଚାୟତରେ ଦେଖିବାକୁ ମିଳିଲାଣି ତାତି । ଭୁଶୁଡ଼ିବାରେ ଲାଗିଛି ବିଜେଡି ଗଡ଼ । ରାଜ୍ୟର ବିଭିନ୍ନ ପଞ୍ଚାୟତ ଓ ବ୍ଲକରେ ସାମ୍ନାକୁ ଆସୁଛି ଗଣ୍ଡଗୋଳର ଚିତ୍ର । କେତେବେଳେ ବିଧାୟକଙ୍କୁ ବିରୋଧ ହେଉଛି କେତେବେଳେ ବ୍ଲକ ଅଧ୍ୟକ୍ଷଙ୍କୁ ବିରୋଧ । ଆଉ କେତେବେଳେ ଜନ ପ୍ରତିନିଧି ମାନେ ଧାରଣାରେ ବସୁଛନ୍ତି । ମାହାଙ୍ଗା, ଟିଟିଲାଗଡ଼, ବ୍ରଜରାଜନଗର, ବସ୍ତା ଏଭଳି ଅନେକ ନିର୍ବାଚନମଣ୍ଡଳୀରେ ସମାନ ସମସ୍ୟା ।










