27.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଉତ୍ତରାଖଣ୍ଡ ହିମସ୍ଖଳନ ଅଘଟଣ; ୪ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ଏବେ ବି ଅନେକ ନିଖୋଜ

ଉତ୍ତରାଖଣ୍ଡ ହିମସ୍ଖଳନ ଅଘଟଣ; ୪ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ଏବେ ବି ଅନେକ ନିଖୋଜ

ଡେରାଡୁନ୍‌: ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଅନ୍ତର୍ଗତ ମାନା ଗ୍ରାମରେ ଶୁକ୍ରବାର ହିମସ୍ଖଳନ ଯୋଗୁ ୫୭ ଜଣ ଶ୍ରମିକ ବରଫ ଅତଡ଼ା ତଳେ ପୋତିହୋଇଯାଇଥିଲେ। ତେବେ ପ୍ରଥମ ପର୍ଯ୍ୟାୟରେ ୩୨ଜଣଙ୍କୁ ଏବଂ ଶନିବାର ସୁଦ୍ଧା ଆଉ ୧୪ ଜଣଙ୍କୁ ମିଶାଇ ମୋଟ୍ ୪୬ ଶ୍ରମିକଙ୍କୁ ଉଦ୍ଧାର କରାଯାଇସାରିଛି। ତେବେ ଏସବୁ ମଧ୍ୟରେ ଶନିବାର ୪ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯିବା ଏବଂ ହସ୍ପିଟାଲରେ ସେମାନଙ୍କୁ ଭର୍ତ୍ତି କରାଯିବା ପରେ ସେଠାରେ ସେମାନେ ମୃତ୍ୟୁବରଣ କରିବା ସମସ୍ତଙ୍କୁ ଶକ୍ତ ଆଘାତ ଦେଇଛି। ତେବେ ଫସିରହିଥିବା ବାକି ୭ ଶ୍ରମିକଙ୍କୁ ଖୋଜିବା ପ୍ରକ୍ରିୟା ଜୋରସୋରରେ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାରକାରୀ ଦଳଙ୍କୁ ଏହି ୭ଶ୍ରମିକଙ୍କ ସମ୍ପର୍କରେ କୌଣସି ବି ସୂଚନା ମିଳିପାରିନାହିଁ। ପ୍ରତିକୂଳ ପାଗ ମଧ୍ୟରେ ଏମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ସେନାର ୫ଟି ହେଲିକପ୍ଟର ଏବଂ ଗୋଟିଏ ବେସାମରିକ ହେଲିକପ୍ଟରକୁ ନିୟୋଜିତ କରାଯାଇଛି। ଶୁକ୍ରବାର ସକାଳେ ଗ୍ଲାସିୟର ଧସିବାରୁ ୧୩,୦୦୦ ଫୁଟ୍ ଉଚ୍ଚତାରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ବିଆରଓର ୫୭ ଶ୍ରମିକ ଫସିଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking