29.1 C
Bhubaneswar
Sunday, February 8, 2026
Homeଓଡିଶାହାତୀ ନେଲା ଆଉ ଜଣଙ୍କ ଜୀବନ

ହାତୀ ନେଲା ଆଉ ଜଣଙ୍କ ଜୀବନ

କେନ୍ଦୁଝର : ହାତୀ ନେଲା ଆଉ ଜଣଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ ନୋମିରା ମୁଣ୍ଡା ସାହିରେ ଅଘଟଣ । ହାତୀ ଆକ୍ରମଣରେ ହରି ମୁଣ୍ଡାଙ୍କ ମୃତ୍ୟୁ ହୋଇଛି । ୧୮ ଟିକିଆ ହାତୀପଲ ନୋମିରା ଜଙ୍ଗଲରୁ ବାହାରି ମୁଣ୍ଡା ସାହିଦେଇ ଯିବା ସମୟରେ ଘଟିଛି ଏଭଳି ଅଘଟଣ । ହରି ମୁଣ୍ଡା ନିଜ ଘରୁ ବାହାରିବା ବେଳେ ଏକ ଦନ୍ତା ହାବୁଡ଼ରେ ପଡିଯାଇଥିଲେ । ହାତୀଟି ତାଙ୍କୁ ଦଳିଦେବା ସହ ଗୋଟିଏ ଘର ମଧ୍ୟ ଭାଙ୍ଗିଦେଇଥିଲା । ବନ କର୍ମଚାରୀ ପହଞ୍ଚି ବାମେବାରୀ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking