ସମ୍ବଲପୁର: ରାସନ କାର୍ଡରୁ ବାଦ ପଡିଥିବା ଆବେଦନକାରୀଙ୍କ ପାଇଁ କାଲିଠୁ ପୋର୍ଟାଲ ଖୋଲିବ । ଯେଉଁମାନେ ବାଦ ପଡିଛନ୍ତି ସେମାନେ ଆବେଦନ କରିପାରିବେ । ଏନେଇ ସମ୍ବଲପୁରରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଏଯାବତ ୪ ଲକ୍ଷ ମୃତ ବ୍ୟକ୍ତିଙ୍କ ନାଁରେ ଥିବା ରାସନ କାର୍ଡ କଟିଛି । ଆଗକୁ ମଧ୍ୟ ସର୍ଭେ କରାଯାଇ ଅଯୋଗ୍ୟଙ୍କ ନାଁରେ ଥିବା ରାସନ କାର୍ଡ କଟିବ ।










