36.9 C
Bhubaneswar
Sunday, June 21, 2026
Homeଦେଶ ବିଦେଶଟନେଲ ଟ୍ରାଜେଡି : ଏଯାଏଁ ଉଦ୍ଧାର କାମ ଜାରି

ଟନେଲ ଟ୍ରାଜେଡି : ଏଯାଏଁ ଉଦ୍ଧାର କାମ ଜାରି

ହାଇଦ୍ରାବାଦ: ଟନେଲ ଟ୍ରାଜେଡି ଦେଖି ଆତଙ୍କିତ ଶ୍ରମିକ । ସୁଡଙ୍ଗ ଭିତରେ ଫସିରହିଥିବା ୮ ଶ୍ରମିକଙ୍କ ଅବସ୍ଥା ଦେଖି ଭୟରେ ଅଛନ୍ତି ଅନ୍ୟ ଶ୍ରମିକ । ଏଯାଏଁ ଫସି ଥିବା ଶ୍ରମିକଙ୍କ କୌଣସି ଖବର ମିଳୁନଥିବା ବେଳେ ସେମାନଙ୍କ ଜୀବନକୁ ନେଇ ଅନେକ ଆଶା ଆଶଙ୍କା ଦେଖା ଦେଇଛି । ଆଜି ଯାଏଁ ଉଦ୍ଧାର କାମ ସରୁନଥିବା ବେଳେ ସେଠାରେ କାମ କରୁଥିବା ଅନ୍ୟ ଶ୍ରମିକ ଭୟଭୀତ ହୋଇ ଘରକୁ ପଳାଇ ଯାଉଛନ୍ତି । ଏ ନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପ୍ରକଳ୍ପରେ ୮୦୦ ଲୋକ କାମ କରୁଛନ୍ତି ।  ସେମାନଙ୍କ ମଧ୍ୟରୁ ୩୦୦ ସ୍ଥାନୀୟ  ଅଞ୍ଚଳର ଓ ଅନ୍ୟମାନେ ଝାଡ଼ଖଣ୍ଡ,  ଓଡ଼ିଶା ଏବଂ ଉତ୍ତର ପ୍ରଦେଶର । ଶ୍ରମିକଙ୍କୁ କାମ କରିବାକୁ  ଡର ଲାଗିବା ସ୍ୱାଭାବିକ କଥା । ତେବେ କମ୍ପାନୀ ସେମାନଙ୍କ ପାଇଁ ଆବାସିକ ଶିବିର ନିର୍ମାଣ କରିଛି । ତେବେ ତେଲଙ୍ଗାନାରରେ ନିର୍ମାଣାଧୀନ ଶ୍ରୀଶୈଲମ ସୁଡ଼ଙ୍ଗର ଏକ ଅଂଶ ଚଳିତମାସ ୨୨ ତାରିଖରେ ଭୁଶୁଡ଼ି ପଡ଼ିଥିଲା । ଯେଉଁଥିରେ ୮ ଶ୍ରମିକ ଫସିରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଅପରେସନ ଚାଲିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking