25.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଆପ ବିଧାୟକଙ୍କ ବିକ୍ଷୋଭ ପ୍ରଦର୍ଶନ

ଆପ ବିଧାୟକଙ୍କ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ବାହାରେ ଆପ ବିଧାୟକଙ୍କ ଜୋରଦାର ହଙ୍ଗାମା କରୁଥିବାର ଦେଖିବାକୁ ମିଳିଛି । ବିଧାନସଭାକୁ ପ୍ରବେଶ କରିପାରୁନାହାନ୍ତି ଆପ ବିଧାୟକ । ୨୧ ବିଧାୟକଙ୍କୁ ଶୁକ୍ରବାର ଯାଏଁ ଲାଗିଛି କଟକଣା । ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି ଆପ ବିଧାୟକ । ଏହାର ପ୍ରତିବାଦରେ ଆପ ବିଧାୟକ ହଙ୍ଗାମା କରିଛନ୍ତି । ଏନେଇ ଦିଲ୍ଲୀ ପୁଲିସ ଓ ଆତିଶୀ  ମୁହାଁମୁହିଁ ହୋଇଛନ୍ତି । ଏହି ଘଟଣା ଉପରେ ଆତିଶୀ ପ୍ରତିକ୍ରିୟା ଦେଇଛନ୍ତି ।

ଆତିଶୀ କହିଛନ୍ତି , ପୋଲିସ ଅଧିକାରୀମାନେ କହୁଛନ୍ତି ଯେ ଆପ ବିଧାୟକମାନଙ୍କୁ ବିଧାନସଭାରୁ ନିଲମ୍ବିତ କରାଯାଇଛି, ତେଣୁ ସେମାନଙ୍କୁ ବିଧାନସଭା ପରିସରରେ ପ୍ରବେଶ କରିବାକୁ ମଧ୍ୟ ଅନୁମତି ଦିଆଯିବ ନାହିଁ। “ଏହା ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ ଆଜି ପର୍ଯ୍ୟନ୍ତ ଦେଶର ଇତିହାସରେ ଏପରି କେବେ ହୋଇନାହିଁ । ସଂସଦରେ ମଧ୍ୟ ନିଲମ୍ବିତ ହେବା ପରେ ମଧ୍ୟ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ ହେଉଛି । ଆମେ ବାଚସ୍ପତିଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲୁ କିନ୍ତୁ କିଛି ହେଉନାହିଁ ” ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking