ଭୁବନେଶ୍ୱର : ପୋଲାଭରମକୁ ନେଇ ଆସନ୍ତାକାଲି ଧାରଣା ଦେବ ବିଜେଡି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରତିକ୍ରିୟା ଦେଇଛନ୍ତି । ୨୪ ବର୍ଷ ସରକାରରେ ପୋଲାଭରମ ପାଇଁ ନିଦ୍ରାରେ ଶୋଇଥିଲେ । ଲୋକ ଦେଖାଣିଆ ପାଇଁ ପୂର୍ୱତନ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ । ବିଜେଡି – ବିଜେପି ମିଶିଯାଇଛନ୍ତି , ଓଡିଶା ପେଶି ହୋଇଯାଇଛି । ଦୁଇ ଦଳ କେବଳ ରାଜନୀତି କରୁଛନ୍ତି ବୋଲି କହିଛନ୍ତି କାଡାମ । ବିଜେଡି- ବିଜେପିର ଦୋମୁହାଁ ନୀତି ଚଳିବ ନାହିଁ । ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ । ବିଧାନସଭା ଭିତରେ ଓ ବାହାରେ ଆନ୍ଦୋଳନ କରିବ ଦଳ ।










