16.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଭାରତରେ ‘ପାକିସ୍ତାନ ଜିନ୍ଦାବାଦ୍‌’ ନାରା: ଅଭିଯୁକ୍ତ କୱାଡିବାଲାଙ୍କ ଦୋକାନ ଉପରେ ଚାଲିଲା ବୁଲଡୋଜର

ଭାରତରେ ‘ପାକିସ୍ତାନ ଜିନ୍ଦାବାଦ୍‌’ ନାରା: ଅଭିଯୁକ୍ତ କୱାଡିବାଲାଙ୍କ ଦୋକାନ ଉପରେ ଚାଲିଲା ବୁଲଡୋଜର

ପୁଣେ: ପାକିସ୍ତାନରେ ଆୟୋଜିତ ହେଉଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ଅନ୍ତର୍ଗତ ଗତ ୨୩ ଫେବୃଆରୀରେ ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍‌ରେ ଭାରତ ଏକ ଚମତ୍କାର ବିଜୟ ହାସଲ କରିଥିଲା। କିନ୍ତୁ ଏହି ଦିନ ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାର ମାଲଭାନ୍ ଅଞ୍ଚଳରେ କିଛି ମୁସଲମାନ ଯୁବକ ଦେଶ ବିରୋଧୀ ସ୍ଲୋଗାନ (ପାକିସ୍ତାନ ଜିନ୍ଦାବାଦ ନାରା) ଦେଇ ଦଙ୍ଗା ଉସୁକାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ନିଲେଶ ରାଣେ (ଶିବସେନା ବିଧାୟକ) ଏପ୍ରକାର ସ୍ଲୋଗାନ ଦେଇଥିବା କିଛି ମୁସଲିମ୍ କୱାଡିବାଲାଙ୍କ ବିରୋଧରେ ଅଭିଯୋଗ ଦାୟର କରିଥିଲେ।

ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତାଙ୍କ ସମର୍ଥକମାନେ ସେମାନଙ୍କୁ ଏପରି ନାରାବାଜି ନକରିବାକୁ କହିବାରୁ ସେମାନେ ଅପମାନଜନକ ତଥା ଖରାପ ଶବ୍ଦରେ ଗାଳିଗୁଲଜ କରିଥିଲେ। ଏପରିକି ଦେଶ ବିରୋଧରେ ମଧ୍ୟ ସେମାନେ ଆପତ୍ତିଜନକ ଭାଷାର ବ୍ୟବହାର କରିଥିଲେ। ନିଲେଶ ରାଣାଙ୍କ ସହ ମାଲଭାନର ସମସ୍ତ ହିନ୍ଦୁ ଯୁବକମାନେ ସେହିରାତିରେ ହିଁ ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ। ତେବେ ଏପ୍ରକାର ଅଭିଯୋଗ ମିଳିବା ପରେ ଉକ୍ତ କୱାଡିବାଲାଙ୍କ ଦୋକାନଟିକୁ ପ୍ରଶାସନ ପକ୍ଷରୁ ବୁଲଡୋଜର ଦ୍ୱାରା ଭାଙ୍ଗିଦିଆଯାଇଥିବା ଜଣାପଡିଛି।

ଅନ୍ୟପକ୍ଷେ ମୁସଲିମ୍ ବ୍ୟକ୍ତିଙ୍କ ଏପ୍ରକାର ସ୍ଲୋଗାନର ପ୍ରତିବାଦରେ, ଅର୍ଥାତ୍ ମଙ୍ଗଳବାର ଅପରାହ୍ନରେ, ହିନ୍ଦୁ ସମ୍ପ୍ରଦାୟ ଦ୍ୱାରା ମାଲଭାନ ଦେଉଲୱାଡା ସେତୁରୁ ମାଲଭାନ ପୋଲିସ ଷ୍ଟେଶନ ପର୍ଯ୍ୟନ୍ତ ଏକ ମୋଟରସାଇକେଲ ରାଲି ବାହାର କରାଯାଇଥିଲା। ଏହି ମାମଲାରେ ଥାଣେ ପୁଲିସ୍ ଗୋଟିଏ ପରିବାରର ୩ ଜଣଙ୍କୁ ଅଟକ ରଖିଥିବା ବେଳେ ଜଣଙ୍କୁ ଗିରଫ କରିଛି। ଅଟକଙ୍କ ମଧ୍ୟରୁ ଜଣେ ନାବାଳକ ହୋଇଥିବାରୁ ତାଙ୍କ ବିରୋଧରେ ପୋକ୍ସୋ ଆଇନ ଅନୁଯାୟୀ ମାମଲା ଆରମ୍ଭ ହେଉଛି। ସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ ପାକିସ୍ତାନର ଲାହୋର ଷ୍ଟାଡୟମ୍‌ରେ ଏକ ମ୍ୟାଚ୍ ଚାଲିଥିବା ବେଳେ ଭାରତର ପତାକା ତ୍ରିରଙ୍ଗା ଉଡାଇଥିବା ଜଣେ ପାକିସ୍ତାନୀ ପ୍ରଶଂସକଙ୍କୁ ପାକିସ୍ତାନ ପୁଲିସ୍ ଷ୍ଟାଡିୟମ୍‌ରୁ ହିଁ ଗିରଫ କରିଥିବା ସୂଚନା ମିଳିଛି। ତାଙ୍କ କଲର ଧରି ତାଙ୍କୁ ଘୋଷାଡି ନେଇଥିଲେ ପାକ୍ ସୁରକ୍ଷାକର୍ମୀମାନେ। ଏହି ଘଟଣାର ଏକ ଭିଡିଓ ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଭିଡିଓଟି ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ବୋଲି ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking