ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବଡ ଘୋଷଣା । ଦୀଘା ଜଗନ୍ନାଥ ଧାମରୁ ହଟିବ ଧାମ ଶବ୍ଦ । ପୂର୍ବ ସରକାର ଧାମ ଶବ୍ଦ ଯୋଡିଥିଲେ, ଏହା ସନାତନ ଧର୍ମ ବିରୋଧୀ ଥିଲା । ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚିଠି ପାଇଛି, ତୁରନ୍ତ ଧାମ ଶବ୍ଦ ହଟିବ । ପ୍ରେସମିଟରେ ଉପସ୍ଥିତ ଅଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର । ପୂର୍ବରୁ ଦୀଘା ଜଗନ୍ନାଥ ଧାମରୁ ଧାମ ଶବ୍ଦ ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଚିଠି ଲେଖିଥିଲେ । ଚିଠିକୁ ଗ୍ରହଣ କରି ଜଗନ୍ନାଥ ପ୍ରେମୀଙ୍କ ମନରେ ଧାମ ଶବ୍ଦ ହଟିବ ବୋଲି ସୂଚନା ଦେଇ ଖୁସିର ଲହରୀ ଖେଳିଯାଇଛି । ପଶ୍ଚିମବଙ୍ଗର ପୂର୍ବ ସରକାର ଦୀଘା ଜଗନ୍ନାଥ ଧାମ ନାମକରଣ କରିଥିଲେ . ଯାହା ବହୁ ଜଗନ୍ନାଥ ପ୍ରେମୀଙ୍କ ମନରେ ଅସନ୍ତୋଷ ଦେଖାଦେଇଥିଲା । ତଥାପି ଜିଦରେ ଅଟଳ ଥିଲେ ମମତା ବାନାର୍ଜୀ । କାହା କଥାକୁ ଖାତିର ନକରେ କରି ଧାମ ଶବ୍ଦକୁ ଉଠାଇନଥିଲେ ।










