18.1 C
Bhubaneswar
Sunday, February 8, 2026
Homeଓଡିଶାମହିଳାଙ୍କୁ ଆର୍ଥିକ ଅଗ୍ରଗତି ଉଦ୍ଦେଶ୍ୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ  

ମହିଳାଙ୍କୁ ଆର୍ଥିକ ଅଗ୍ରଗତି ଉଦ୍ଦେଶ୍ୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ  

ଯାଜପୁର: ରାଜ୍ୟରେ ଗ୍ରାମାଞ୍ଚଳ ମହିଳା ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ ଓ ସଶକ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଙ୍କ ତରଫରୁ ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ରେ ରୁଚି ରଖୁଥିବା ମହିଳା କଳାକାରମାନଙ୍କୁ ଗୁରୁ ଶିଷ୍ୟ ପରମ୍ପରା ମାଧ୍ୟମରେ ତାଲିମ୍ ର ବ୍ୟବସ୍ଥା ସହ କାଇଁଚ କାମ ଯଥା କାଇଁଚ କୁ ନେଇ ବିଭିନ୍ନ ପ୍ରକାରର ଘରୋଇ ଓ ସୌଖିନ ଉପକରଣ ସବୁ ପ୍ରସ୍ତୁତି ଯୁକ୍ତ ୪ ମାସିଆ ତାଲିମ୍ ନିମନ୍ତେ ଯାଜପୁର ଜିଲ୍ଲା କୋରେଇ ବ୍ଲକ ମିଳିତ ଆନୁକୂଲ୍ୟରେ ଏହି ବ୍ଲକ୍ ଅନ୍ତର୍ଗତ ଶଙ୍ଖଚିଲା ର ଖମଣ ପଞ୍ଚାୟତ ରାଧାନଗର ପାଟଣା ଠାରେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ବିଜେତା ଶିଳ୍ପୀ ଶ୍ରୀମତୀ ଝରଣା ସାହୁ ଙ୍କ ତତ୍ବାବଧାନରେ ଜିଲ୍ଲା ହସ୍ତଶିଳ୍ପ ସହନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ମହାନ୍ତି, ହସ୍ତଶିଳ୍ପ ପ୍ରମୋସନ ଅଫିସର୍ ଶୁଭ୍ରାଂଶୁ ଶେଖର ସାମଲ ଓ ଲିଟୁନ୍ ସାହୁ ଓ ସାମାଜିକ କର୍ମୀ ଅକ୍ଷୟ କୁମାର ଜେନା ଙ୍କ ଉପସ୍ଥିତି ରେ ଉଦ୍ ଘାଟନ ହୋଇ ଯାଇଛି। ଏହି ତାଲିମ୍ ଧାରୀ ମାନଙ୍କୁ ସରକାର ଙ୍କ ତରଫରୁ ଆଗାମୀ ଦିନରେ ବିଭିନ୍ନ ପ୍ରକାରର ସରକାରୀ ପ୍ରୋତ୍ସାହନ ଯୋଗେଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ ମାନଙ୍କ ଠାରୁ ସୂଚନା ଦିଆଗଲା। ଫଳରେ ଗ୍ରାମାଞ୍ଚଳରେ ମହିଳା ମାନେ କଳା କୌଶଳ ପ୍ରତି ଆକୃଷ୍ଟ ବଢାଇ ଓଡ଼ିଶା ର କୁଟୀର ଶିଳ୍ପ ତଥା ହସ୍ତ ଶିଳ୍ପ କୁ ରାଜ୍ୟ ଓ ଦେଶ ବିଦେଶରେ କଳା ର ପ୍ରଚାର ପ୍ରସାର ଲକ୍ଷ ରଖାଯାଇଛି।ଏହି କାର୍ଯ୍ୟକ୍ରମ ରେ ଏବେ ପ୍ରଥମକରି ୨୦ ରୁ ଉର୍ଦ୍ଧ୍ବ ମହିଳା ନାମ ପଞ୍ଜିକରଣ କରି ପ୍ରାଥମିକ ପର୍ଯ୍ୟାୟରେ ତାଲିମ୍ ନେବା ପାଇଁ ଉପସ୍ଥିତ ଥିଲେ। ମହିଳା ମାନେ ନିଜ ନିଜ ଦୁଆର ମୁହଁରେ କିଭଳି ତାଲିମ୍ କିମ୍ବା ଶିକ୍ଷା ନେଇ ଆଗକୁ ଆହୁରି ଅଧିକ ମାତ୍ରାରେ ସ୍ବାବଲମ୍ବୀ ଘରୋଇ ମହିଳା ସୃଷ୍ଟି କରିପାରିବା ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking