23.1 C
Bhubaneswar
Saturday, February 7, 2026
Homeଓଡିଶାବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥ ନିକଟରୁ ମୃତଦେହ ଉଦ୍ଧାର

ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥ ନିକଟରୁ ମୃତଦେହ ଉଦ୍ଧାର

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥର ଇନ୍ଦିରା ଛକ ନିକଟସ୍ଥ ଏକ ହୋଟେଲ ସମ୍ମୁଖରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ପୁଲିସ।ସୂଚନା ଅନୁସାରେ, ବସ୍ତା ଥାନା ମୁଳିଦା ଗ୍ରାମର ରାଜକିଶୋର ଦାସ ମହାପାତ୍ରଙ୍କ ପୁଅ ଦ୍ୟୁତିକୃଷ୍ଣ (୪୦) ଏକ ଔଷଧ କମ୍ପାନୀରେ ମେଡିସିନ୍ ରିପ୍ରେଜେଣ୍ଟେଟିଭ ଭାବେ କାର୍ଯ୍ୟ କରନ୍ତି। ଗତକାଲି ସନ୍ଧ୍ୟାରେ ଏକ ବିବାହ ଭୋଜି ପାଇଁ ସେ ନିଜର ଉପରିସ୍ଥ ଅଧିକାରୀଙ୍କ ସହିତ ଭୋଗରାଇ ଅଞ୍ଚଳକୁ ଏକ କାର ଯୋଗେ ଯାଇଥିଲେ। ଅର୍ଦ୍ଧରାତ୍ର ସମୟରେ ନିଜ ସାଙ୍ଗକୁ ଫୋନ୍ କରିଥିବା ବେଳେ ସାଙ୍ଗ ଜଣକ ଶୋଇପଡ଼ିଥିବା ହେତୁ ଫୋନ୍ ଉଠାଇ ନଥିଲେ। ଆଜି ଭୋର୍ ସମୟରେ କୌଣସି ଅଜଣା ବ୍ୟକ୍ତି ଫୋନ୍ ଯୋଗେ ଘଟଣା ସମ୍ପର୍କରେ କୌଣସି ଅଜଣା ଲୋକ ଛୁରାମାଡ଼ କରିଥିବା  ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ମାତ୍ର ସକାଳ ସମୟରେ ଦ୍ୟୁତିକୃଷ୍ଣଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ସ୍ଥାନୀୟ ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ପଠାଇ ପରିବାର ଲୋକଙ୍କୁ ଖବର ଦେବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜଣାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking