25.1 C
Bhubaneswar
Saturday, February 14, 2026
Homeଓଡିଶାରାସାୟନିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରାକ୍‌ ପ୍ରସ୍ତୁତି ବୈଠକ

ରାସାୟନିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରାକ୍‌ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଓଡ଼ିଶା ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ରାସାୟନିକ ବିପର୍ଯ୍ୟୟ ପରିଚାଳନାଜନିତ ପ୍ରସ୍ତୁତି ସଂପର୍କିତ ଏକ ରାଜ୍ୟସ୍ତରୀୟ ମକ୍‌ ଏକ୍ସରସାଇଜ୍‌ ଅନୁଷ୍ଠିତ ହେବ । ଏଥିରେ ୧୬ଟି ଜିଲ୍ଲା ଯଥା: ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ରାୟଗଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗିର, ସମ୍ବଲପୁରର ୨୪ଟି ଶିଳ୍ପସଂସ୍ଥା ଯୋଗଦେବେ । ଏହିଭଳି ମକ୍‌ ଏକ୍ସରସାଇଜ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାସାୟନିକ ବିପର୍ଯ୍ୟୟ ଭଳି ଜରୁରୀକାଳୀନ ପରିସ୍ଥିତିର କିପରି ମୁକାବିଲା କରାଯାଇପାରିବ ଓ ଏଥିରେ କିପରି ତାଳମେଳ ରଖି ତ୍ୱରିତ ସତର୍କ ସୂଚନା, ସ୍ଥାନାନ୍ତର, ସ୍ଥାନୀୟ ଶିଳ୍ପ ଓ କ୍ଷେତ୍ରସ୍ତରୀୟ ସରକାରୀ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି ବିପର୍ଯ୍ୟୟର ସଫଳ ପରିଚାଳନା କରିହେବ ସେ ଦିଗରେ ଗୁରୁତ୍ୱାରୋପ କରାଯାଇଥିଲା ।

ଏହାର ପ୍ରାକ୍‌ପ୍ରସ୍ତୁତି ସ୍ୱରୂପ ଏକ ଟେବୁଲ ଟପ୍‌ ଏକ୍ସରସାଇଜ ଭୁବନେଶ୍ୱରସ୍ଥିତ ରାଜ୍ୟ ଜରୁରୀକାଳୀନ ଅପରେସନ୍‌ ସେଣ୍ଟର ଓ ୧୬ ଗୋଟି ଜିଲ୍ଲାର ପ୍ରଶାସନିକ ଅଧିକାରୀ, ଚିହ୍ନଟ ହୋଇଥିବା ଶିଳ୍ପସଂସ୍ଥା ମଧ୍ୟରେ ଆଭାସୀ ବୈଠକରେ ଆଲୋଚନା ହୋଇଯାଇଛି । ଏଥିରେ ସମସ୍ତେ ଏକ ଷ୍ଟାଣ୍ଡାର୍ଡ ଅପରେସନ୍‌ ପ୍ରୋସିଡିଓର ଆଧାରରେ କିପରି ବିପର୍ଯ୍ୟୟର ମୁକାବିଲାକୁ ସହଜ କରାଯାଇପାରିବ ସେ ଦିଗରେ ସହମତ ହୋଇଥିଲେ । ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ପଦ୍ମନାଭ ବେହେରା ଓ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. କମଳ ଲୋଚନ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଟେବୁଲ ଟପ୍‌ ଏକ୍ସରସାଇଜ୍‌କୁ ଅବସରପ୍ରାପ୍ତ କମାଣ୍ଡାଣ୍ଟ ଶ୍ରୀ ଆଦିତ୍ୟ କୁମାର ପରିଚାଳନା କରିଥିବାବେଳେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସଦସ୍ୟ ଲେଫଫନାଣ୍ଟ ଜେନେରାଲ ସୟଦ୍‌ ଆତା ହସନ୍‌ ଭର୍ଚୁଆଲ୍‌ ମୋଡ଼ରେ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରିଥିଲେ ।

ଏଥିରେ ଏନ୍‌ଡିଆର୍‌ଏଫ୍‌, ଇଣ୍ଡିଆନ୍‌ ଆର୍ମି, ଇଣ୍ଡିଆନ୍‌ ଏୟାର ଫୋର୍ସ, ଇଣ୍ଡିଆନ୍‌ ନାଭି, ସିଆଇଏସ୍‌ଏଫ୍‌, ଅଗ୍ନିଶମ ଓ ଜରୁରୀକାଳୀନ ସେବା ସଂସ୍ଥା, ଓଡ୍ରାଫ, ସିଭିଲ୍‌ ଡିଫେନ୍ସ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ପୋଲିସ, ରାଜ୍ୟ ଫରେନ୍‌ସିକ୍‌ ସାଇନ୍ସ ଲାବୋରେଟୋରୀ, ଏସ୍‌ଆର୍‌ସି ଓ ଓସ୍‌ଡମାର ପ୍ରତିନିଧିମାନେ ଯୋଗଦେଇଥିଲେ । ଭାରତୀୟ ସାମୁଦି୍ରକ ତଟ ବାହିନୀ, ଆଇଏନ୍‌ଏସ୍‌ ଚିଲିକା ଓ ରାଜ୍ୟ ସରକାରଙ୍କ ଅନ୍ୟ ବିଭାଗଗୁଡ଼ିକ ଆଭାସି ମାଧ୍ୟମରେ ଏହି ବୈଠକରେ ଯୋଗଦେଇଥିଲେ । ସେହିପରି ଜିଲ୍ଲାସ୍ତରରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଚିହ୍ନଟ ହୋଇଥିବା ଶିଳ୍ପସଂସ୍ଥା ଓ ଏଥି ସହ ସଂପୃକ୍ତ ବିଭାଗର ଅଧିକାରୀମାନେ ଏହି ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ଯୋଗଦେଇଥିଲେ । ଏଥିରେ ୨୮ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ରାସାୟନିକ ବିପର୍ଯ୍ୟୟ ପରିଚାଳନା ସଂପର୍କିତ ପ୍ରସ୍ତୁତି ମକ୍‌ ଏକ୍ସରସାଇଜ୍‌ର ଆଭିମୁଖ୍ୟ ଓ ବିଭିନ୍ନ ଦିଗ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking