31.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶପାକିସ୍ତାନ ସହ ବଡ଼ ଗେମ୍ ଖେଳିଦେଲେ ଟ୍ରମ୍ପ

ପାକିସ୍ତାନ ସହ ବଡ଼ ଗେମ୍ ଖେଳିଦେଲେ ଟ୍ରମ୍ପ

ଇସଲାମାବାଦ୍‌: ନ୍ୟୁୟର୍କ ସିଟି ପାକିସ୍ତାନ ସରକାରଙ୍କ ମାଲିକାନାରେ ଥିବା ରୁଜଭେଲ୍ଟ ହୋଟେଲ ସହିତ ୨୨୦ ନିୟୁତ ଡଲାରର ଚୁକ୍ତି ସମାପ୍ତ କରିଛି। ଶରଣାର୍ଥୀଙ୍କ ପାଇଁ ଏକ ଆଶ୍ରୟସ୍ଥଳ ସୃଷ୍ଟି କରିବା ପାଇଁ ଏହି ଚୁକ୍ତିନାମା କରାଯାଇଥିଲା। ଆମେରିକୀୟ କରଦାତାଙ୍କ ଟଙ୍କାରେ ଅବୈଧ ପ୍ରବାସୀଙ୍କୁ ରହିବାକୁ ବିରୋଧ କରୁଥିବା ଡୋନାଲ୍ଡ ଟ୍ରମ୍ପ ଏବଂ ସମର୍ଥକଙ୍କ ଚାପ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଟ୍ରମ୍ପଙ୍କ ଚାପରେ ମେୟର ଏରିକ ଆଡାମ୍ସ ଚୁକ୍ତିକୁ ବାତିଲ କରିଥିଲେ। ରୁଜଭେଲ୍ଟ ହୋଟେଲ ୨୦୨୩ ମେ ମାସରେ ପ୍ରବାସୀମାନଙ୍କ ପାଇଁ ଖୋଲା ଯାଇଥିଲା। ଏଥିରେ ୧,୦୨୫ କୋଠରୀ ଥିଲା, ଏବଂ ପ୍ରତି ରାତି ଭଡ଼ା ୨୦୦ ଡଲାର ଥିଲା। ଏହି ହୋଟେଲଟି ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନର ମାଲିକାନା, ଯାହା ୨୦୦୫ ମସିହାରେ ସାଉଦିର ଅଂଶଧନ କିଣିବା ପରେ ଏହାକୁ ସମ୍ପୂର୍ଣ୍ଣ ଭାବରେ ଅଧିଗ୍ରହଣ କରିଥିଲା।

ପ୍ରତି ସପ୍ତାହରେ ୪,୦୦୦ରୁ ଅଧିକ ପ୍ରବାସୀ ଘଣଉରେ ପହଞ୍ଚୁଥିଲେ, ହୋଟେଲ ବାହାରେ ଶିବିର ସ୍ଥାପନ କରୁଥିବା ପ୍ରବାସୀମାନଙ୍କର ଚିତ୍ର ବିରୋଧ ପ୍ରଦର୍ଶନକୁ ଆହୁରି ତୀବ୍ର କରିଥିଲା। ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସମର୍ଥକମାନେ ଡେମୋକ୍ରାଟମାନଙ୍କ ଉପରେ ‘ବିଳାସପୂର୍ଣ୍ଣ ହୋଟେଲ’ରେ ଅବୈଧ ପ୍ରବାସୀମାନଙ୍କୁ ଆବାସ ଦେଉଥିବାର ଅଭିଯୋଗ କରିଥିଲେ। ଗଇଏଇ ମୁଖ୍ୟ ବିବେକ ରାମାସ୍ୱାମୀ କହିଛନ୍ତି, ଅବୈଧ ପ୍ରବାସୀମାନଙ୍କ ପାଇଁ ଏହି କରଦାତାଙ୍କ ଦ୍ୱାରା ପାଣ୍ଠିପ୍ରାପ୍ତ ହୋଟେଲଟି ପାକିସ୍ତାନ ସରକାରଙ୍କ ମାଲିକାନାରେ ଅଛି। ଘଣଉ କରଦାତାମାନେ ପ୍ରକୃତରେ ନିଜ ଦେଶରେ ଅବୈଧ ପ୍ରବାସୀମାନଙ୍କୁ ରଖିବା ପାଇଁ ଏକ ବିଦେଶୀ ସରକାରଙ୍କୁ ଅର୍ଥ ଦେଉଛନ୍ତି। ଏହା ପାଗଳାମି। ଟ୍ରମ୍ପ ବାଇଡେନ ପ୍ରଶାସନ ଉପରେ ନ୍ୟୁୟର୍କର ଏକ ଗୁପ୍ତ ହୋଟେଲକୁ ୫୯ ନିୟୁତ ଡଲାର ଦେଇଥିବା ଅଭିଯୋଗ କରିଥିଲେ। ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଏଲନ ମସ୍କ କହିଛନ୍ତି, ସହର ପ୍ରବାସୀମାନଙ୍କ କୋଠରୀ ପାଇଁ ସାଧାରଣ ଦରର ଦୁଇଗୁଣ ଦେଉଛି। ଟ୍ରମ୍ପ ପ୍ରଶାସନ ଘଣଉ ପାଇଁ ୠଋଗଇ ପାଣ୍ଠିରୁ ୮୦ ଡଲାର ନିୟୁତକୁ ଫ୍ରିଜ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking