15.1 C
Bhubaneswar
Saturday, December 6, 2025
Homeଓଡିଶାଗିରଫ ହେଲା ନକଲି ପରୀକ୍ଷାର୍ଥୀ

ଗିରଫ ହେଲା ନକଲି ପରୀକ୍ଷାର୍ଥୀ

କଟକ: ନିମାପଡ଼ା ବ୍ଲକ୍ ନହନ୍ତରା ହାଇ ସ୍କୁଲରେ ପରୀକ୍ଷା ଦେଉଥିବା ସମୟରେ ଧରାପଡିଛି ନକଲି ପରୀକ୍ଷାର୍ଥୀ । ଏହାପରେ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି ନିମାପଡ଼ା ପୋଲିସ ।   ପରୀକ୍ଷା ଦେଉଥିବା ସମୟରେ ସୁପରିଟେଣ୍ଡଙ୍କ ଦ୍ଵାରା ଧରାପଡ଼ିଥିଲା ଛାତ୍ର ଜଣକ । ପରୀକ୍ଷାର୍ଥୀ ଜଣକ ସାକ୍ଷୀଗୋପାଳ ଥାନା ଡ଼ାଙ୍କୁରା ଅଞ୍ଚଳର ରାଜା ଭୋଇ ବୋଲି ଜଣାପଡିଛି । ନିମାପଡା ବ୍ଲକ୍ ସଲଙ୍ଗ ପଂଚାୟତରେ ଥିବା ମଧୁବନ ଶିକ୍ଷାଶ୍ରମ ହାଇସ୍କୁଲ ଶେଖ୍ ମୁସିଲିମ୍ ଉଦିନଙ୍କ ନାଁରେ ରାଜା ପରୀକ୍ଷା ଦେଉଥିଲେ । ପରୀକ୍ଷା ସମୟରେ ଆଡମିଟ୍ କାର୍ଡରେ ଫଟୋ ମ୍ୟାଚ୍ ନକରିବାରୁ ସନ୍ଦେହ ହୋଇଥିଲା । ଏହାପରେ ତାଙ୍କୁ ଥାନାରେ ଜିମା ଦିଆଯାଇଥିବା ବେଳେ ପୋଲିସ୍ ରାଜାଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଥିବା ଜଣାପଡ଼ୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking