23.1 C
Bhubaneswar
Sunday, February 8, 2026
Homeଓଡିଶାଦିଲ୍ଲୀ ବିଶ୍ୱବିଦ୍ୟାଳୟର ୧୦୧ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୧୦୧ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଜ୍ଞାନ, ବିଜ୍ଞାନ ଓ ବିଚାରର ପ୍ରୟୋଗଶାଳା- ଧର୍ମେନ୍ଦ୍ର ପ୍ରଧାନ

• ଦିଲ୍ଲୀ ବିଶ୍ୱବିଦ୍ୟାଳୟ ହେଉଛି ଦେଶର ଅମୂଲ୍ୟ ଐତିହ୍ୟ

• ଆଗାମୀ ଦିନରେ ଡିୟୁ ହେବ ବିଶ୍ୱର ଜ୍ଞାନ ପେଣ୍ଠସ୍ଥଳୀ

• ଏହା କେବଳ ଏକ ବିଶ୍ୱବିଦ୍ୟାଳୟ ନୁହେଁ, ବରଂ ଏକ କ୍ଷୁଦ୍ର ଭାରତ

• ମୂଳ ବିଷୟ ସହିତ ଯୋଡ଼ି ହୋଇ ହିମାଳୟ ଭଳି ଦୃଷ୍ଟିକୋଣରେ ଭବିଷ୍ୟତକୁ ଦେଖିବା

ନୂଆଦିଲ୍ଲୀ/ଭୁବନେଶ୍ୱର,  – ଦିଲ୍ଲୀ ବିଶ୍ୱବିଦ୍ୟାଳୟ ହେଉଛି ଦେଶର ଅମୂଲ୍ୟ ଐତିହ୍ୟ । ଜ୍ଞାନ, ବିଜ୍ଞାନ ଏବଂ ବିଚାରର ପ୍ରୟୋଗଶାଳା । ଆଗାମୀ ଦିନରେ ଏହା ବିଶ୍ୱର ଜ୍ଞାନ ପେଣ୍ଠସ୍ଥଳୀ ହେବାର ଯଥେଷ୍ଟ ସମ୍ଭାବନା କରୁଛି ବୋଲି ଶନିବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୧୦୧ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ କହଛନ୍ତି  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ବିଗତ ଦିନରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ରାଷ୍ଟ୍ରର ନେତୃତ୍ଵ ନେଇଛି । ଭାରତର ପ୍ରତ୍ୟେକ କୋଣ ଅନୁକୋଣରୁ ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକମାନେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ପ୍ରତିନିଧିତ୍ଵ କରୁଛନ୍ତି । ଏହା କେବଳ ଏକ ବିଶ୍ୱବିଦ୍ୟାଳୟ ନୁହେଁ, ବରଂ ଏକ କ୍ଷୁଦ୍ର ଭାରତ । ୧୦୧ ବର୍ଷରେ ଉପନୀତ ହୋଇଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ବିଗତ ବର୍ଷରେ ଆୟୋଜିତ ସମାବର୍ତ୍ତନ ସମାରୋହରେ ପୂର୍ବତନ ରାଷ୍ଟ୍ରପତି ପୂର୍ବତନ ରାଷ୍ଟ୍ରପତି ଡା. ସର୍ବପଲ୍ଲୀ ରାଧାକୃଷ୍ଣନ, ଡ଼. ଏପିଜେ ଅବଦୁଲ କଲାମ, ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଛନ୍ତି । ସେହି ବିଶ୍ୱବିଦ୍ୟାଳୟରେ ଅତିଥି ଭାବେ ଯୋଗଦେବା ମୋ ପାଇଁ ଗର୍ବର ବିଷୟ ।

୧୯୭୪-୭୫ ମସିହାରେ ଦ୍ଵିତୀୟ ଥର ପାଇଁ ଭାରତର ସମ୍ବିଧାନକୁ ବଦଳା ଗଲା ଏବଂ ବ୍ୟକ୍ତିର କହିବାର ଅଧିକାରକୁ ଛଡେଇ ନିଆଗଲା । ଏହା ବିରୋଧରେ ଯଦି କେବି ସର୍ବ ପ୍ରଥମେ ସ୍ଵର ଉତ୍ତୋଳନ କରିଥିଲା ସେ ହେଉଛି ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଯାହାର ନେତୃତ୍ଵ ତତ୍କାଳୀନ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଅରୁଣ ଜେଟଲି ନେଇଥିଲେ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ ଆମେ ମୂଳ ବିଷୟ ସହ ଯୋଡ଼ି ହୋଇ ହିମାଳୟ ଭଳି ଦୃଷ୍ଟିକୋଣ ସହିତ ଭବିଷ୍ୟତକୁ ଦେଖିବା ଉଚିତ । ତେବେ ଯାଇ ଆମେ ବିଶ୍ୱକୁ ସମାଧାନ ପ୍ରଦାନ କରିବାରେ ସମର୍ଥ ହୋଇପାରିବୁ । ଭାରତ ଏପରି ଏକ ରାଷ୍ଟ୍ର ଯିଏ କେବେ ବି କେବଳ ନିଜ ବିଷୟରେ ଚିନ୍ତା କରିନାହିଁ, ବରଂ ସର୍ବଦା ବିଶ୍ୱ କଲ୍ୟାଣ ଭାବନା ସହିତ ଆଗକୁ ବଢ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ଏକ ‘ବିକଶିତ ଭାରତ’ରେ ପରିଣତ କରିବା ପାଇଁ ଜାତୀୟ ଶିକ୍ଷା ନୀତିର ପରିକଳ୍ପନା କରିଛନ୍ତି ଏବଂ ଏହାର କାର୍ଯ୍ୟକାରିତାରେ ନେତୃତ୍ୱ ନେଉଛି ଦଲ୍ଲୀ ବିଶ୍ୱବିଦ୍ୟାଳୟ । ଭାରତ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛି । ତେବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନେତୃତ୍ୱରେ ସାରା ଦେଶରେ ଜାତୀୟ ଶିକ୍ଷା ନୀତିର ସଫଳ ରୂପାୟନ ଦ୍ୱାରା ସମ୍ଭବ ହେବ ବୋଲି ସେ ସେ କହିଛନ୍ତି ।

ଏହି ସମାରୋହରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଯୋଗେଶ ସିଂହ ଯୋଗଦେଇଥିଲେ ।

—-

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking