20.1 C
Bhubaneswar
Sunday, February 8, 2026
Homeଓଡିଶାଟ୍ରକ୍‌କୁ ପଛରୁ ପିଟିଲା ଦ୍ରୁତଗାମୀ କାର୍‌: ୩ ମୃତ

ଟ୍ରକ୍‌କୁ ପଛରୁ ପିଟିଲା ଦ୍ରୁତଗାମୀ କାର୍‌: ୩ ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା ପୀତାପଲ୍ଲୀ ଛକରେ ଭୟଙ୍କର ସଡ଼କ ଦୁର୍ଘଟଣା । ଟ୍ରକରୁ ପଛରୁ ପିଟିଲା କାର୍ । ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ । ମୃତକମାନେ ପୁରୀ ଚନ୍ଦନପୁର ଅଞ୍ଚଳର ବିଶ୍ୱକେତନ ମିଶ୍ର, ବିଶ୍ୱରଂଜନ ସେଠୀ ଓ ପ୍ରଶାନ୍ତ ପ୍ରଧାନ । ସେମାନେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ଏ ଦୁର୍ଘଟଣା ଘଟିଛି । ସୂଚନା ମୁତାବକ, ରାତିରେ ଚନ୍ଦନପୁର ଅଞ୍ଚଳର ଏହି ୩ ଜଣ ଯୁବକ କାର୍ ଯୋଗେ ଖୋର୍ଦ୍ଧା ଅଭିମୁଖେ ଯାଉଥିଲେ । ଇନ୍‌ଫୋଭ୍ୟାଲି ଥାନା ପୀତାପଲ୍ଲୀ ଛକରେ ତାଙ୍କର କାର୍ ଭାରସାମ୍ୟ ହରାଇ ପଛ ପଟୁ ଏକ ଟ୍ରକକୁ ଜୋରରେ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଛିନଛତ୍ର ହୋଇଯାଇଥିଲା ଗାଡିର ସମ୍ମୁଖ ଭାଗ । ଏଥିରେ ଘଟଣାସ୍ଥଳରେ କାର୍‌ରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ଆଉ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ସେ ମଧ୍ୟ ଆଖି ବୁଜିଥିଲେ । ପୋଲିସ ମୃତକଙ୍କ ପରିଚୟ ପାଇବା ପରେ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦେଇଛି । ଏ ନେଇ ଅଧିକ ଛାନଭିନ୍ ଜାରି ରଖିଛି ପୋଲିସ । ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ମୁଚୁରନାଳୀ ଗାଁ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ସୁନ୍ଦରଗଡ଼ରୁ ପୁରୀ ଯାଉଥିବା ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ୍ ବସ୍ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଓଲଟି ପଡିଥିଲା । ଏଥିରେ ୨୦ ଜଣ ଯାତ୍ରୀ ଆହତ ହୋଇଥିଲେ । ଜଣେ ମହିଳା ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking