14.1 C
Bhubaneswar
Sunday, December 7, 2025
Homeଓଡିଶାଜମି ଜବରଦଖଲ କରିଥିଲେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଜମି ଜବରଦଖଲ କରିଥିଲେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ବର: କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ସରକାରୀ ଜମି ଓ ଜଙ୍ଗଲ ଜମି ଜବରଦଖଲ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯେଉଁଠି ଯେଉଁଠି ଜବରଦଖଲ ଅଛି, ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଓ ଏଇ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ ପାଇଁ ଯୋଜନା ହେଉଛି। ଖୁବ୍ ଶୀଘ୍ର ଏନେଇ ସଂପୃକ୍ତ ବିଭାଗ ପଦକ୍ଷେପ ନେବେ। ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି, ଯେଉଁ ଜଙ୍ଗଲ ଜମି ଅବରୋଧ ହୋଇଛି, ତାହା ବ୍ୟବସାୟିକ ଉଦ୍ଦେଶ୍ୟରେ ହେଉ ବା ବେଆଇନ୍ ଭାବେ ଜବରଦଖଲ ହେଉ, ସେ ବାବଦରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କିଛି ଦିନ ପୂର୍ବରୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବିଧାନସଭାରେ କହିଥିଲେ ଓ ଏବେ ସେନେଇ ସରକାର ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking