16.1 C
Bhubaneswar
Tuesday, December 9, 2025
Homeଓଡିଶାବୃହତ୍ ନିଯୁକ୍ତି ମେଳା ନିମନ୍ତେ ପ୍ରସ୍ତୁତି ବୈଠକ

ବୃହତ୍ ନିଯୁକ୍ତି ମେଳା ନିମନ୍ତେ ପ୍ରସ୍ତୁତି ବୈଠକ

ଯାଜପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକୃଷ୍ଣ ଜେନା ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାରେ ଏକ ବୃହତ୍ ନିଯୁକ୍ତି ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକ ରେ ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଜିଲ୍ଲାର ସମସ୍ତ ବ୍ଲକ ର ମଣ୍ଡଳ ଉନ୍ନୟନ ଅଧିକାରୀ, ଶ୍ରୀ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ, ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଶ୍ରୀ ପଦ୍ମଚରଣ ସେଠୀ, ଅଧକ୍ଷ, ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ, ଶ୍ରୀ ରାଜେଶ କୁମାର ସ୍ବାଇଁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଶ୍ରୀ ଲକ୍ଷ୍ମୀଧର ରାଉତ, କାର୍ଯ୍ୟନିର୍ବାହୀ ଅଧିକାରୀ ଯାଜପୁର ପୌରପରିଷଦ, ଶ୍ରୀ ସଞ୍ଜୟ କୁମାର ଦାସ, ଅତିରିକ୍ତ ଶିଳ୍ପ ଅଧିକାରୀ, ଶ୍ରୀ ହିରନ୍ୟ ଲକ୍ଷ୍ମୀ ନାୟକ, କନିଷ୍ଠ ଯନ୍ତ୍ରୀ, ଶ୍ରୀ ରବୀନ୍ଦ୍ର ନାଥ ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ କ୍ଷିତିଶ ଚନ୍ଦ୍ର ବଳ, ଉପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଓରମାସ୍, ଡଃ ସତିକାନ୍ତ ସାହୁ, ଅଧ୍ୟାପକ (ବଟାନି), ନରସିଂହ ଚୌଧୁରୀ (ସ୍ଵୟଂଶାସିତ) ମହାବିଦ୍ୟାଳୟ, ଶ୍ରୀ ନୃସିଂହ ଚରଣ ବେହେରା, ବରିଷ୍ଠ ଅଧ୍ୟାପକ, ସରକାରୀ ବହୁମୁଖି ବୈଷୟିକ ଶିକ୍ଷା ଅନଷ୍ଠାନ, ଶ୍ରୀ କ୍ଷୀରୋଦ ଚନ୍ଦ୍ର ବେହେରା, ଉପଖଣ୍ଡ ଅଧିକାରୀ, ଜନ ସ୍ବାସ୍ଥ୍ୟ ବିଭାଗ, ଶ୍ରୀ ସୁଶାନ୍ତ ସେଠି, ସହାୟକ ଅଗ୍ନିଶମ ଅଧିକାରୀ, ଶ୍ରୀ କମଳାକାନ୍ତ ଘଡେ଼ଇ, ହିସାବ ରକ୍ଷକ, ଓଡ଼ିଶା ଜୀବିକା ମିଶନ, ଶ୍ରୀ ସୁଶାନ୍ତ କୁମାର ନାୟକ, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ, ଯାଜପୁର, ଶ୍ରୀ ପ୍ରଭାତ କୁମାର ବସ୍ତୀ, ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ, ଯାଜପୁର, ଶ୍ରୀ ରାକେଶ କୁମାର ନାୟକ, ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ କର୍ମଚାରୀ, ଶ୍ରୀ ହରିହର ମହାପାତ୍ର, କନିଷ୍ଠ ନିୟୋଜନ ଅଧିକାରୀ ଇତ୍ୟାଦି ଯୋଗଦାନ କରି ଏହି ନିଯୁକ୍ତି ମେଳା କୁ ସଫଳ କରିବା ଉଦ୍ଦେଶ୍ୟ ରେ ସେମାନଙ୍କର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ଜିଲ୍ଲାରେ ୨୦୨୫ ମାର୍ଚ୍ଚ ୧୧ ତାରିଖ ରେ ନରସିଂହ ଚୌଧୁରୀ (ସ୍ଵୟଂଶାସିତ) ମହାବିଦ୍ୟାଳୟ ପରିସର ରେ ଏହି ବୃହତ୍ ନିଯୁକ୍ତି ମେଳା ଅନୁଷ୍ଠିତ ହେବା ପାଇଁ ବୈଠକ ରେ ନିଷ୍ପତି ନିଆଯାଇଅଛି। ଏହି ନିଯୁକ୍ତି ମେଳା ରେ ବିଭିନ୍ନ ପ୍ରତିଷ୍ଠିତ ବେସରକାରୀ ସଂସ୍ଥାର ନିଯୁକ୍ତିଦାତା ଙ୍କ ସମେତ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଙ୍କ ସହିତ ଅନୁବନ୍ଧିତ ଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ର ଅଧିକାରୀ ମାନଙ୍କୁ ଯୋଗଦେବା ପାଇଁ ନିଷ୍ପତି ହୋଇଛି। ଜିଲ୍ଲାର ସମସ୍ତ ବ୍ଲକର ନିଯୁକ୍ତି ଆଶାୟୀ ଯୁବକ ଯୁବତୀମାନେ ଯେଭଳି ବହୁଳ ସଂଖ୍ୟାରେ ଏହି ବୃହତ୍ ନିଯୁକ୍ତି ମେଳାର ଅଂଶ ଗ୍ରହଣ କରି ସୁଯୋଗ ନେଇପାରିବେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ବୈଠକ ରେ ଅଧକ୍ଷ ଶ୍ରୀ ନବକୃଷ୍ଣ ଜେନା ଅତିରିକ୍ତ ଜିଲ୍ଲାପାଳ ସମସ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ମାନଙ୍କୁ ଏବଂ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିଯୁକ୍ତି ମେଳା ସମ୍ବନ୍ଧରେ ଗ୍ରାମାଞ୍ଚଳ ରେ ରହୁଥିବା ନିଯୁକ୍ତି ଆଶାୟୀ ଯୁବକ ଯୁବତୀ ମାନେ ଯେଭଳି ବ୍ୟାପକ ଭାବେ ସଚେତନ ହୋଇ ଏହାର ସୁଯୋଗ ନେଇପାରିବେ ସେଥି ପାଇଁ ମିଶନ ଶକ୍ତି ଜରିଆରେ ବାର୍ତ୍ତା ପ୍ରଦାନ ପାଇଁ ବୈଠକ ରେ ଅଧକ୍ଷ ଗୁରୁତ୍ୱାରୋପ କରିବା ସହିତ ନିର୍ଦ୍ଦେଶ ଦେଇଥିଲେ। ତତ୍ ସହିତ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ, ଶିଳ୍ପ ତାଲିମ୍ କେନ୍ଦ୍ର ଏବଂ ଡିପ୍ଲୋମା ପାଠ୍ୟ ପ୍ରଦାନକାରୀ ଅନୁଷ୍ଠାନ ଗୁଡ଼ିକର ଛାତ୍ର ଛାତ୍ରୀ ମାନଙ୍କୁ ଏହି ନିଯୁକ୍ତି ମେଳାରେ ଅଂଶଗ୍ରହଣ ପାଇଁ ସୂଚନା ପ୍ରଦାନ ନିମନ୍ତେ ନିଷ୍ପତି ହୋଇଅଛି। ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ମାଧ୍ୟମରେ ଜିଲ୍ଲାର ସମସ୍ତ ଶିକ୍ଷା ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ଏହି ନିଯୁକ୍ତି ମେଳାରେ ଅଂଶଗ୍ରହଣ ପାଇଁ ଅଧକ୍ଷ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ।ଏହି ବୃହତ୍ ନିଯୁକ୍ତି ମେଳାରେ ମୋଟ ୫୦ ଟି ଷ୍ଟଲ ସହ ୩ ଟି କାଉଣ୍ଟର ଖୋଲାଯାଇ ବିଭିନ୍ନ ବ୍ଲକ ରୁ ଅଂଶଗ୍ରହଣ କରିଥିବା ପାର୍ଥୀ ଓ ପାର୍ଥିନୀ ମାନଙ୍କର ପଞ୍ଜିକରଣ ନିମନ୍ତେ ନିଷ୍ପତି ନିଆଯାଇଅଛି। ସେହିଭଳି ଅଗ୍ନିବୀର ପଦବୀରେ ନିଯୁକ୍ତି ନିମନ୍ତେ ଇଚ୍ଛୁକ ଯୁବକ ଯୁବତୀ ମାନଙ୍କ ପାଇଁ ଆର୍ମି, ଏୟାର ଫୋର୍ସ ଓ କୋଷ୍ଟ ଗାର୍ଡ ଆଦି ପ୍ରତିରକ୍ଷା ବିଭାଗ କୁ ଏହି ବୃହତ୍ ନିଯୁକ୍ତି ମେଳା ରେ ଅଂଶ ଗ୍ରହଣ କରିବା ପାଇଁ ନିଷ୍ପତି ନିଆଯାଇଅଛି। ଯାଜପୁର ଜିଲ୍ଲାରେ କାର୍ଯ୍ୟ କରୁଥିବା ବିଭିନ୍ନ ବୃହତ୍ କଂପାନୀ ଗୁଡ଼ିକୁ ମଧ୍ୟ ଅଂଶ ଗ୍ରହଣ କରିବା ପାଇଁ ନିଷ୍ପତି ନିଆଯାଇଅଛି । ନିଯୁକ୍ତି ମେଳା ସମୟରେ ଆଇନ ଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ର ମୂର୍ତୟନ, ସ୍ୱାସ୍ଥ୍ୟ ସେବା ପାଇଁ ମେଡିକାଲ୍ ଟିମ୍ ଓ ଆମ୍ବୁଲାନ୍ସ ଯୋଗାଇଦେବାକୁ ନିଷ୍ପତି ନିଆଯାଇଅଛି। ସେହି ଭଳି ଅଗ୍ନି ନିର୍ବାପକ ସୁରକ୍ଷା ପାଇଁ ସଂପୃକ୍ତ ବିଭାଗ ର କର୍ମଚାରୀ ମାନେ ମୂର୍ତୟନ ରହିବେ। ନିଯୁକ୍ତି ମେଳା ସମୟରେ ପାନୀୟ ଜଳ ଯୋଗାଣ ସହ ପରିମଳ ଓ ସ୍ୱାସ୍ଥ୍ୟ ରକ୍ଷା ସେବା ଯୋଗାଇଦେବା ପାଇଁ ନିଷ୍ପତି ହୋଇଛି। ନରସିଂହ ଚୌଧୁରୀ (ସ୍ଵୟଂଶାସିତ) ମହାବିଦ୍ୟାଳୟ ର ସ୍ଵେଚ୍ଛାସେବୀ ଛାତ୍ର ଛାତ୍ରୀ ଏହି ନିଯୁକ୍ତି ମେଳା ରେ ସହଯୋଗ ପାଇଁ ମୂର୍ତୟନ ରହିବେ। ଏହି ବୈଠକ ଶେଷରେ ଅଂଶଗ୍ରହଣ କରିଥିବା ସମସ୍ତ ଅଧିକାରୀ ମାନଙ୍କୁ ଶ୍ରୀ ପ୍ରଭାତ କୁମାର ବସ୍ତୀ, ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking