ଭୁବନେଶ୍ୱର : କିଟ ଜମି କେଳଙ୍କାରୀ ପ୍ରସଙ୍ଗରେ ତଦନ୍ତ ହେବ କହିଛନ୍ତି ମନ୍ତ୍ରୀ ସମ୍ପଦ ସ୍ୱାଇଁ । ଅଭିଯୋଗ ଆଧାରରେ ତଦନ୍ତ ହେବ କହିଛନ୍ତି ମନ୍ତ୍ରୀ । କୌଣସି ପ୍ରକାର ଦୁର୍ନୀତିକୁ ସହ୍ୟ କରାଯିବନି । ତଦନ୍ତ ରିପୋର୍ଟ ଆସିଲେ ଦୋଷୀ ବିରୋଧରେ କାଯ୍ୟାନୁଷ୍ଠାନ ହେବ । ଏପଟେ କିଟ ପାଇଁ ସରକାର ଗଠନ କରିଛନ୍ତି ହେଲ୍ପ ଡେସ୍କ । ଆଇଏଏସ ଅଧିକାରୀ ଅଧ୍ୟକ୍ଷତାରେ ୨୪ ଘଣ୍ଟିଆ ହେଲ୍ପ ଡେସ୍କ ଆରମ୍ଭ କରାଯାଇଛି । କଲେଜ ଫେରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ଅସୁବିଧା ପାଇଁ ହ୍ୱାଟସଆପ ନମ୍ବର ଜାରି ହୋଇଛି ।










