27.1 C
Bhubaneswar
Thursday, February 12, 2026
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ପୋଖରୀ କୂପଠାରୁ ଯଥେଷ୍ଟ ବଡ ତଥାପି ଲୋକମାନେ କୂପରୁ ହିଁ ପାଣି ପିଅନ୍ତି କାରଣ କୂପର ପାଣି ବିଶୁଦ୍ଧ ହୋଇଥାଏ ସେହିପରି ମଣିଷ ଧନରେ ବଡ ହେବା କିଛି ବଡ କଥା ନୁହଁ ତାର ବିଚାର ମନ ଶୁଦ୍ଧ ହେବା ଦରକାର ତା ହେଲେ ସେ ମହାନ୍ ହୋଇ ପାରିବ ll
ଯଦି କାହାକୁ କିଛି ଦେବାପାଇଁ ଚାହୁଁଛନ୍ତି ତେବେ ନିଜ ମୂଲ୍ୟବାନ ସମୟ ଦିଅନ୍ତୁ କାରଣ ମଣିଷ ସବୁକିଛି ଫେରାଇପାରେ କିନ୍ତୁ ଆପଣ ଦେଇ ଥିବା ଭଲପାଇବା ଓ ସମୟ କେବେ ଫେରାଇ ପାରେନା ll
ମିଛ ବି କେତେ ବିଚିତ୍ର ଶବ୍ଦ ନା ନିଜେ କହିଲେ କିଛି ନାହିଁ କିନ୍ତୁ ଅନ୍ୟ ଠାରୁ ଶୁଣିଲେ ରାଗ ଲାଗେ ।।
ନଦୀର ପାଣିମିଠା କାରଣ ସେ ସଭିଁକୁ ଦାନ କରିଥାଏ
ସମୁଦ୍ର ପାଣି ଲୁଣିଆ କାରଣ ସେ ନଦୀପାଣିକୁ ଶୋଷଣ କରିଥାଏ
କାଦୁଅ ଓ ନର୍ଦ୍ଦମାର ପାଣି ଦୁର୍ଗନ୍ଧ କାରଣ ପାଣି ଗୋଟିଏ ଯାଗାରେ ଜମି ରହିଥାଏ ,
ଯିଏ ଦାନ କରେ ତା ସ୍ବଭାବ ନଦୀପରି ମିଠା ହୋଇଥାଏ ,
ଯିଏ ଅନ୍ୟଠାରୁ ଶୋଷଣ କରେ ତା ସ୍ବଭାବ ସମୁଦ୍ର ପରି ଲୁଣିଆ ହୋଇଥାଏ ,ଯିଏ କିଛି କାମ ନକରି ଅଳସୁଆ ପରି ଘରେ ବସିରହିଥାଏ ସେ କାଦୁଅ ନର୍ଦ୍ଦମା ପରି ଦୁର୍ଗନ୍ଧମୟ ହୋଇଥାଏ ll

. ଜ୍ଞାନ ର ଭରଷା ତା ଉପରେ କର ଯିଏ ତୁମର ଏଇ ତିନୋଟି କଥା ବୁଝିପାରୁଥିବ:-
୧- ହସ ପଛରେ ଲୁଚି ରହିଥିବା ଦୁଃଖ,
୨- ରାଗ ପଛରେ ଲୁଚି ରହିଥିବା ଭଲପାଇବା,
୩- ଚୁପ୍ ରହିବା ପଛରେ ଲୁଚି ରହିଥିବା କାରଣ।
.
ସମ୍ପର୍କ କୁ କେବେ ସମ୍ପତ୍ତି ସହିତ ମାପନ୍ତୁ ନାହିଁ….

ସାଥିରେ ରହିବା ମଣିଷ ଟି ଆପଣଙ୍କୁ କେତେ ଭଲ ପାଉଛି ତାକୁ ଦେଖନ୍ତୁ….

ଅଦ୍ୟ ଫେବୃଆରୀ ମାସ ୧୯ ତାରିଖ ୨୦୨୫ ମସିହା (ବୁଧବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ଫାଲଗୁନ ମାସ- କୃଷ୍ଣପକ୍ଷ
ତିଥି- ଷଷ୍ଠୀ ଦିବା ଘ୦୩/୩୬ ଗତେ ସପ୍ତମୀ
ନକ୍ଷତ୍ର- ସ୍ୱାତି ଦିବା ଘ୧୧/୨୫ ଗତେ ବିଶାଖା
ଚନ୍ଦ୍ର – ତୁଳା
ଯୋଗ- ବୃଦ୍ଧି
କରଣ – ବାଣିଜ୍ୟ
ସୌରମାସ- କୁମ୍ଭ ୦୮ ଦିନ ✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୧୭/୫୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୫/୦୯
*✧═════•❁❀
ଯୋଗିନୀ ପଶ୍ଚିମେ ଦିବା ଘ୦୩/୩୬ ଗତେ ବାୟବ୍ୟେ
ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କର୍କଟ ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୯/୦୮ ଗତେ ଘ୧୦/୩୫ ମଧ୍ୟେ
ବାରବେଳା – ଦିବା ଘ୧୨/୦୦ ଗତେ ଘ୦୧/୨୭ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୫୧ ମଧ୍ୟ ଓ ଘ୦୧/୨୮ ଗତେ ଘ ୦୨/୧୬ ମଧ୍ୟ ଓ ରତ୍ରିଁ ଘ୦୬/୩୬ ଗତେ ଘ ୦୯/୦୧ ମଧ୍ୟ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୪୦ ଗତେ ଘ ୦୫/୪୮ ମଧ୍ୟ
═✧*══•❁❀❁•═════✧
ଅଦ୍ୟ ତାଳ ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।*
✧═════•❁❀❁•═════
ବୁଷ
ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ ବିକ୍ଷିପ୍ତ ମାନସିକ ସ୍ଥିତି ଉପତ୍ନ କରିବ। କିନ୍ତୁ କର୍ମାଧିପ ରାଶିରେ କର୍ମସାଧନ ପାଇଁ ଆପ୍ରାଣ ଉଦ୍ୟମ ଚଳାଇ କୃତକାର୍ଯ୍ୟ ହୋଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରଶାସନ, ବନ୍ଧୁ ସମ୍ପର୍କ, ମନୋରଞ୍ଜନ କାର୍ଯ୍ୟକ୍ରମ ଓ ବାଣିଜ୍ୟ, ବ୍ୟବସାୟାଦି ସନ୍ତୋଷଦାୟକ ରହିବ।*
✧═════•❁❀❁•═════
ମିଥୁନ
ସରକାରୀ ସାହାଯ୍ୟ, ବିଶିଷ୍ଟବ୍ୟକ୍ତିଙ୍କ ପ୍ରତିଶ୍ରୁତି ଆମତ୍ସମ୍ମାନ ବୃଦ୍ଧି କରିବ। ସ୍ଥଗିତକାର୍ଯ୍ୟ, ବିବାଦୀୟ ସ୍ଥିତି, ସହକର୍ମୀଙ୍କ ଅସହଯୋଗ କ୍ରମଶଃ ବଦଳିଯାଇପାରେ। ସମ୍ପର୍କୀୟମାନଙ୍କ ସାହାଯ୍ୟ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରାଇବାର ସମ୍ଭାବନା ରହିଛି। ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।*
✧═════•❁❀❁•═════
କର୍କଟ
ଲାଗିରହିଥିବା ଟେନସନ୍‌ କମିଯିବ, ସହଯୋଗ ଭିତିରେ କାମ କରି ଉଚ୍ଚ ପ୍ରଶଂସିତ ହେବେ। ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇଯିବ। ଭୁଲ୍‌ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇପାରେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି।*
✧═════•❁❀❁•═════
ସିଂହ
ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ, ପରିବହନର ଝଗଡାରେ ବିଜୟୀ ହେବେ।*
✧═════•❁❀❁•═════
କନ୍ୟା
ଆଜି ନିଜର ସମ୍ପର୍କୀୟ କିମ୍ବା ପଡୋଶିନୀଙ୍କ ସହାନୁଭୂତି ଯୋଗୁ କାର୍ଯ୍ୟସାଧନ କରିପାରିବେ। ବ୍ୟବସାୟିକ ସଫଳତା ଓ କଳା, ସାହିତ୍ୟରେ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ରହି ଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ। ଅଭାବ ନଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବ।*
✧═════•❁❀❁•═════
ତୁଳା
ଆଜି ବ୍ୟୟବହୁଳତା ମଧ୍ୟରେ କାର୍ଯ୍ୟସିଦ୍ଧି, ବନ୍ଧୁଙ୍କ ସହଯୋଗ ଓ ହିତୈଷୀଙ୍କ ପରାମର୍ଶ ପାଇ ଖୁସୀ ହେବେ। ପରିବାରର ଅନୁରୋଧକ୍ରମେ କୌଣସି କାମ ସକାଶେ ଭ୍ରମଣରେ ବାହାରି ପାରନ୍ତି। ଉଦ୍ୟୋଗ, ନୂତନ ପ୍ରକଳ୍ପ କିମ୍ବା ବ୍ୟବସାୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। ଜଣେ ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।*
✧═════•❁❀❁•═════
ବିଛା
ଆଜି ଶରୀରିକ ଓ ମାନସିକ ସୁସ୍ଥତା ରକ୍ଷାକରି ଦୈନନ୍ଦିନର ଜୀବନଯାତ୍ରାକୁ ନିଷ୍କଣ୍ଟକ କରିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହାନୁଭୂତିର ସହ ସହଯୋଗର ହାତ ବଢାଇବେ ସାହିତ୍ୟ,ସାମ୍ବାଦିକତା, ଏଜେନ୍ସିପ୍‌ କ୍ଷେତ୍ରରୁ ସୁଫଳ ମିଳିବ। କଳା,ସାହିତ୍ୟ ଓ ସଙ୍ଗୀତ କ୍ଷେତରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ବାବନା ରହିଛି।*
✧═════•❁❀❁•═════
ଧନୁ
ଆଜି ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା, ସମ୍ମାନଜନକ ପଦବୀ, ସଙ୍ଗକୁ ସମ୍ବର୍ଦ୍ଧିତ ହୋଇପାରନ୍ତି। ପ୍ରଶାସନିକ ସ୍ତରରେ ବିଭିନ୍ନ ଯୋଜନା, ସମ୍ପର୍କୀୟ ଆଲୋଚନା, ଦୂରଯାତ୍ରାର ସୁଯୋଗ ଲାଭକରି ଖୁସୀ ହେବେ। ଘରୋଇ କ୍ଷେତ୍ରରେ ଜମିଜମା କାରବାର, ଗାଡିମୋଟର ମରାମତି ସକାଶେ ଫଳପ୍ରଦ ଆଲୋଚନା କରିପାରନ୍ତି।*
✧═════•❁❀❁•═════
ମକର
ଆଜି ଦିନଟିରେ ନୂତନ କାର୍ଯ୍ୟାରମ୍ଭ, ସଭାସମିତି ଓ ବନ୍ଧୁଙ୍କ ସହ ଆଲୋଚନା ସକାରାମତ୍କ ରହିବ। ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ ନାହିଁ। ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହି ଯୁକ୍ତିତର୍କର ଆଶ୍ରୟ ନେଇପାରନ୍ତି।*

✧═════•❁❀❁•═════
କୁମ୍ଭ
ଦୀର୍ଘଦିନରୁ ପାଉନଥିବା ଅର୍ଥ କିମ୍ବା ଭବିଷ୍ୟନିଧିରୁ ଟଙ୍କା ପାଇ ଆବଶ୍ୟକତାକୁ ପୂରଣ କରିବେ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଜନମଙ୍ଗଳକାର୍ଯ୍ୟ କିମ୍ବା ସଭାସମିତିରେ ଯୋଗ ଦେଲେ ପ୍ରଶଂସିତ ହେବେ। କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।*
✧═════•❁❀❁•═════
ମୀନ
ବନ୍ଧୁ ଗହଣରେ ବହୁ ପ୍ରତିକ୍ଷୀତ କାର୍ଯ୍ୟାରମ୍ଭ କରି ଏକ ପ୍ରକାର ଆତ୍ମତୃପ୍ତି ଅନୁଭବ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟ, ଜମିଜମା କ୍ରୟ କିମ୍ବା ଗୃହରମ୍ଭ, ପ୍ରତିଷ୍ଠାଦି ଓ ପ୍ରୀତି ପ୍ରଦାୟକ ରହିବ। ଉଚ୍ଚବର୍ଗଙ୍କ ସହାୟତା, ପାଖ ପଡ଼ୋଶୀଙ୍କ ଆଦର, ଅଭ୍ୟର୍ଥନା ସଙ୍ଗକୁ ବିଭିନ୍ନ କ୍ଷେତ୍ରରେ ସଫଳତାର ଝଲକ ଦେଖିପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking