ଭୁବନେଶ୍ୱର : ଆଇଏଏସ ବିଷ୍ଣୁପଦ ସେଠୀ ଇସ୍ତଫା ଦେବେ । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସୂଚନା ଦେଲେ । ଇସ୍ତଫା ନେଇ ଜିଏ ତରଫରୁ ସ୍ପଷ୍ଟ କରାଯାଇନି । ବିଷ୍ଣୁପଦ ସେଠୀଙ୍କ ବିରୋଧରେ ତଦନ୍ତ ଚାଲିଛି । ତେବେ ଆଜି ସକାଳେ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ ଚାଲିଥିଲା ା ସକାଳ ୭ଟାରୁ ଚାଲିଥିଲା ମାରାଥନ ରେଡ । ସିବିଆଇର ୮ ଜଣିଆ ଟିମ କରୁଛନ୍ତି ପଚରାଉଚରା । ବ୍ରିଜ ଆଣ୍ଡ ରୁଫ କମ୍ପାନିକୁ ଅନୁକମ୍ପା ଦେଖାଇଥିଲେ ବିଷ୍ଣୁପଦ । ହେଲେ ଏନେଇ ମୁହଁ ଖୋଲିଛନ୍ତି ବିଷ୍ଣୁପଦ । କହିଛନ୍ତି ମୋ ନାଁରେ କୈଣସି ଏଫଆଇଆର ନାହିଁ । ମୁଁ ୩୦ ବର୍ଷ ଧରି ସ୍ୱଚ୍ଛର ସହ କାମ କରିଛି । ଚଞ୍ଚଲ ମୁଖାର୍ଜୀଙ୍କ ସହ କୌଣସି ସମ୍ପର୍କ ନାହିଁ ।










