17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଭ୍ୟାନକୁ ଧକ୍କା ଦେଲା ଡମ୍ପର ଟ୍ରକ, ୫ ମୃତ

ଭ୍ୟାନକୁ ଧକ୍କା ଦେଲା ଡମ୍ପର ଟ୍ରକ, ୫ ମୃତ

ଭୋପାଳ : ମଧ୍ୟପ୍ରଦେଶର ଭିଣ୍ଡ ଜିଲାର ଏକ ଏକ ଭ୍ୟାନକୁ ଡମ୍ପର ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ତିନିଜଣ ମହିଳା ଥିବା ଜଣାପଡ଼ିଛି। ଏହି ଦୁଘର୍ଟଣାରେ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି। ମଧ୍ୟପ୍ରଦେଶର ଭିଣ୍ଡ ଜିଲାର ଜବାହରପୁରା ଗ୍ରାମ ନିକଟରେ ସକାଳ ପ୍ରାୟ ୫ଟା ସମୟରେ ଏକ ଗୋଷ୍ଠୀ ବିବାହ କାର୍ଯ୍ୟରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। କେତେକ ଭ୍ୟାନରେ ବସିଥିବା ବେଳେ ଅନ୍ୟମାନେ ରାସ୍ତାରେ ଠିଆ ହୋଇଥିଲେ। ହଠାତ୍ ଏକ ଦ୍ରୁତ ଗତିରେ ଆସୁଥିବା ଡମ୍ପର ଟ୍ରକ୍ ସେଠାରେ ଠିଆ ହୋଇଥିବା ଲୋକଙ୍କୁ ଏବଂ ଭ୍ୟାନକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତିନି ୩ଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଯାଉଥିବାବେଳେ ମୃତ୍ୟୁ ହୋଇଥିଲା ବୋଲି ଭିଣ୍ଡ ଜିଲା ପୁଲିସ ଅଧୀକ୍ଷକ ଅସିତ ଯାଦବ କହିଛନ୍ତି। ଆହତମାନଙ୍କୁ ଜିଲା ଡାକ୍ତରଖାନା ନିଆଯାଇଥିବା ସେ କହିଛନ୍ତି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ କ୍ରୋଧିତ ସ୍ଥାନୀୟ ଲୋକମାନେ ରାସ୍ତାରେ ‘ଚକ୍କା ଜାମ’ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ବୋଲି ପୁଲିସ ଅଧୀକ୍ଷକ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking