20.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଆତଙ୍କବାଦୀଙ୍କ ପାଇଁ କାମ କରୁଥିବା ଅଭିଯୋଗ; ୩ ସରକାରୀ କର୍ମଚାରୀ ବହିଷ୍କୃତ

ଆତଙ୍କବାଦୀଙ୍କ ପାଇଁ କାମ କରୁଥିବା ଅଭିଯୋଗ; ୩ ସରକାରୀ କର୍ମଚାରୀ ବହିଷ୍କୃତ

ଶ୍ରୀନଗର: ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗକ୍ରମେ ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଶନିବାର ୩ ସରକାରୀ କର୍ମଚାରୀଙ୍କୁ ସମ୍ବିଧାନର ଧାରା ୩୧୧ ୨ (ସି) ଅନୁଯାୟୀ ଜରୁରିକାଳୀନ ପ୍ରଭାବରେ ବହିଷ୍କାର କରିଛନ୍ତି। ବହିଷ୍କୃତ ସରକାରୀ କର୍ମଚାରୀଙ୍କ ମଧ୍ୟରେ ମହମ୍ମଦ ଅଶରଫ୍ ଭଟ୍ ନାମକ ଜଣେ ଶିକ୍ଷକ, ଫିରଦୋସ୍ ଅହମ୍ମଦ ଭଟ୍ ନାମକ ଜଣେ ପୁଲିସ୍ କନଷ୍ଟେବଳ ଏବଂ ନିସାର ଅହମ୍ମଦ ଖାନ୍ ନାମକ ଜଣେ ବନ ବିଭାଗର କର୍ମଚାରୀ ଅଛନ୍ତି। ଏହି ତିନି ଜଣଙ୍କ ବିରୁଦ୍ଧରେ ଆତଙ୍କବାଦୀଙ୍କ ପାଇଁ ଅସ୍ତ୍ରଶସ୍ତ୍ର ସଂଗ୍ରହରେ ସାହାଯ୍ୟ କରିବା ଏବଂ ହିଂସାତ୍ମକ ପ୍ରତିବାଦ କରିବା ପାଇଁ ଲୋକଙ୍କୁ ଉସୁକାଇବା ଅଭିଯୋଗ ରହିଛି। ଏହି ତିନି ଜଣଙ୍କୁ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରୁ ନିର୍ଦ୍ଦେଶ ଦିଆଯାଉଥିଲା ଏବଂ ତଦନୁସାରେ ଏମାନେ ପରିଚାଳିତ ହେଉଥିଲେ।

ଫିରଦୋସ ଅହମ୍ମଦ ଭଟ୍ ୨୦୦୫ ମସିହାରେ ଜମ୍ମୁ ଏବଂ କାଶ୍ମୀର ପୋଲିସରେ ଯୋଗଦେଇଥିଲେ ଏବଂ ୨୦୧୧ ମସିହାରେ କନଷ୍ଟେବଳ ହୋଇଥିଲେ। ଜମ୍ମୁ-କାଶ୍ମୀର ପୋଲିସର ଇଲେକ୍ଟ୍ରୋନିକ୍ ସର୍ଭିଲାନ୍ସ ୟୁନିଟରେ କାମ କରିବା ସମୟରେ ଫିରଦୋସ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା ପାଇଁ କାମ କରିବା ଆରମ୍ଭ କରିଥିଲେ। ଅନନ୍ତନାଗରେ ଅଣ-କାଶ୍ମୀରୀ ଏବଂ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗରେ ଫିରଦୋସଙ୍କୁ ଗିରଫ କରାଯାଇଥିଲା। ଶ୍ରୀନଗରର କମରୱାଡିରେ ଫିରଦୋସଙ୍କ ବାସଭବନରେ ଚଢାଉ ସମୟରେ, ବେଆଇନ ଅସ୍ତ୍ରଶସ୍ତ୍ର, ପିସ୍ତଲ, ବିସ୍ଫୋରକ ସାମଗ୍ରୀ ଏବଂ ଅନେକ ଆପତ୍ତିଜନକ ଜିନିଷ ଜବତ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking