19.1 C
Bhubaneswar
Tuesday, February 10, 2026
Homeଓଡିଶାହୃଦଘାତରେ କନେଷ୍ଟବଳଙ୍କ ମୃତ୍ୟୁ

ହୃଦଘାତରେ କନେଷ୍ଟବଳଙ୍କ ମୃତ୍ୟୁ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପରିସରରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସେଠାରେ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦିଲୀପ ମିଶ୍ର।କନେଷ୍ଟବଳ ଦିଲୀପ ମିଶ୍ର ବିନିକାରେ ଅନୁଷ୍ଠିତ ପାପକ୍ଷୟ ମହୋତ୍ସବରେ ଡ୍ୟୁଟି କରିବାକୁ ସୋନପୁରରୁ ଆସିଥିଲେ। ଗତକାଲି ବି ସେ ଡ୍ୟୁଟିକୁ ଯାଇଥିଲେ। ରାତିରେ ସେ ଥାନା ପରିସରରେ ଥିବା ବ୍ୟାରେକରେ ଶୋଇଥିଲେ। ଆଜି ସକାଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ଏଣେ ଖବର ପାଇ କନେଷ୍ଟବଳ ଦିଲୀପ ମିଶ୍ରଙ୍କ ସ୍ତ୍ରୀ କୁସୁମ ମିଶ୍ର ଓ ଦୁଇ ପୁଅଝିଅ ବିନିକା ଥାନାରେ ପହଞ୍ଚିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking