16.1 C
Bhubaneswar
Tuesday, February 10, 2026
Homeଓଡିଶାଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଆଦିବାସୀ ଅଂଚଳ ଉପଯୋଜନା କାର୍ଯ୍ୟକାରିତା ସଂପର୍କରେ ବୈଠକ ଅନୁଷ୍ଠିତ

ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଆଦିବାସୀ ଅଂଚଳ ଉପଯୋଜନା କାର୍ଯ୍ୟକାରିତା ସଂପର୍କରେ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଆଦିବାସୀ ଅଂଚଳ ଉପଯୋଜନା (ଟିଏଏସପି) ସଂପର୍କିତ ବଜେଟ୍ତଦାରଖ ବ୍ୟବସ୍ଥା ଏବଂ ଏହାର ପରିଚାଳନା ସଂପର୍କରେ ଏକ ବୈଠକ ଗତକାଲି ମଙ୍ଗଳବାର ଲୋକସେବା ଭବନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଆମ ଦେଶରେ ପ୍ରାୟ ୭୦୦ ପ୍ରକାର ଆଦିବାସୀ ରହୁଛନ୍ତି ଯାହାର ସଂଖ୍ୟା ପ୍ରାୟ ୧୦କୋଟି ଏବଂ ଓଡ଼ିଶାରେ ଏହାର ଜନସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ ଜନଜାତି ଅଟନ୍ତି ଯାହାକି ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଏବଂ ପ୍ରଗତିଶୀଳ ନୀତି ଜରିଆରେ ସମନ୍ୱିତ ପଦକ୍ଷେପ ନେଇଛନ୍ତି। ଜନଜାତି-ଉପଯୋଜନା ରାଜ୍ୟ ବାର୍ଷିକ ଯୋଜନାର ଅଂଶବିଶେଷ। ଜନଜାତିଙ୍କ ଜନସଂଖ୍ୟା ଅନୁସାରେ ନିର୍ଦ୍ଦିଷ୍ଟ ପାଣ୍ଠି ଆବଣ୍ଟିତ ହେବ। ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ତରଫରୁ ଅନୁସୂଚିତ ଜନଜାତି ବର୍ଗଙ୍କ ବିକାଶ ପାଇଁ ବଜେଟରେ ବ୍ୟବସ୍ଥା ପାଇଁ ନିୟମିତ ସମୀକ୍ଷା କରାଯାଉଛି। ଏହି ପାଣ୍ଠିର ଖର୍ଚ୍ଚ ଜନଜାତି ବର୍ଗର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିମନ୍ତେ ବିନିଯୋଗ ସୁନିଶ୍ଚିତ କରିବା ପାଇଁ ଏକକ ତଥ୍ୟ ଭିତ୍ତିକ ପରିଚାଳନା ବ୍ୟବସ୍ଥାର ଆବଶ୍ୟକତା ସଂପର୍କରେ ବୈଠକରେ ଆଲୋକପାତ କରାଯାଇଥିଲା।

ଏଥିନିମନ୍ତେ ଜୀବନର ଗୁଣବତ୍ତା ସୂଚକାଙ୍କ(କ୍ୱାଲିଟି ଅଫ ଲାଇଫ ଇନଡେକ୍ସ) ପରିକଳ୍ପନା କରାଯାଇ ଜନଜାତିମାନଙ୍କ ପାଇଁ ତଥ୍ୟ ଆଧାରିତ ଜନ କଲ୍ୟାଣ କାରୀକାର୍ଯ୍ୟ କ୍ରମ ଗୁଡିକୁ ଏଥିରେ ଅନ୍ତର୍ଭୁକ୍ତ କରିବାକୁ ଉନ୍ନୟନ କମିଶନର ଗୁରୁତ୍ୱାରୋପ କରିଥିଲେ। ଏଥିରେ ଜନଜାତିମାନଙ୍କ ପାଇଁ ମୌଳିକ ସୁବିଧା, ସ୍ୱାସ୍ଥ୍ୟ, ଖାଦ୍ୟ, ଜୀବିକା ର୍ଜନ ଓ ଆୟ, ଶିକ୍ଷା ଓ ଦକ୍ଷତା ବିକାଶ ଅନ୍ତର୍ଗତ ୬ଟି ଲେଖାଏଁ ଭିନ୍ନ ଭିନ୍ନ ଉପ ସୂଚକ ରହିଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ଯୋଜନା ଓ ସଂଯୋଜକ ବିଭାଗ, ଇଲେକ୍‌ଟ୍ରୋନିକ୍ସ ଓ ଆଇଟି ବିଭାଗ ଏବଂ ଅର୍ଥବିଭାଗ ସମ୍ମିଳିତ ପ୍ରୟାସରେ ଜନଜାତି ସମୁଦାୟର ଜୀବନ ଧାରଣର ମାନରେ ଗୁଣାତ୍ମକ ଉନ୍ନତି ଆଣିବା ପାଇଁ ଏହା ଏକ ଅଭିନବ ପ୍ରଚେଷ୍ଟା । ବିଭିନ୍ନ ବିଭାଗ ଦ୍ୱାରା ଜନଜାତି ବର୍ଗର ହିତାଧିକାରୀମାନେ ଏହି ଯୋଜନାରୁ କେତେ ଉପକୃତ ହେଉଛନ୍ତି ସେ ସଂପର୍କରେ ସମୀକ୍ଷା, ତଦାରଖ ଓ ସ୍କିମ୍ ଭିତ୍ତିକ ଅଗ୍ରଗତି ସଂପର୍କରେ ନିୟମିତ ଭାବେ ଉନ୍ନୟନ କମିଶନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଏହି ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିଉନ୍ନୟନ, ସଂଖ୍ୟା ଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ, ଓକାକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଯୋଜନା ଓ ସଂଯୋଜକ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking