29.1 C
Bhubaneswar
Monday, February 9, 2026
Homeଓଡିଶାନୂତନ ପିସିସି ସଭାପତିଙ୍କୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତିଙ୍କ ଶୁଭେଛା

ନୂତନ ପିସିସି ସଭାପତିଙ୍କୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତିଙ୍କ ଶୁଭେଛା

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂତନ ସଭାପତି ଭାବେ ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କୁ ଏଆଇସିସି ପକ୍ଷରୁ ନିଯୁକ୍ତି ମିଳିଛି।ଏହି ଅବସରରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାଶ ତାଙ୍କୁ ଅଭିନନ୍ଦନ ଜଣେଇବା ସହିତ ଶୁଭେଛା ଜଣାଇଛନ୍ତି।ଦୀର୍ଘ ୮ ମାସ ପରେ ଓଡ଼ିଶା ସଭାପତି ନିଯୁକ୍ତ ହୋଇଥିବାରୁ ସେ ଏଆଇସିସି ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜୁନ ଖର୍ଗେ ଜି , ଜନନାୟକ ସାଂସଦ ରାହୁଲ ଗାନ୍ଧି,ୟୁପିଏ ର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ,ଓଡ଼ିଶାର ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ନୂତନ ଓଡ଼ିଶା ପିସିସି ସଭାପତି ଶ୍ରୀଯୁକ୍ତ ଦାସଙ୍କ ଏଆଇସିସିର ସାଧାରଣ ସମ୍ପାଦକ ଭାବରେ ନେତୃତ୍ୱ ନେବା ଏବଂ ବିଭିନ୍ନ ରାଜ୍ୟ ଏବଂ ସାଧାରଣ ନିର୍ବାଚନରେ ​​କଂଗ୍ରେସ ଦଳକୁ ମଜବୁତ କରିବାର ଅଭିଜ୍ଞତା ଅଛି। ତାଙ୍କ ସାଂଗଠନିକ ଦକ୍ଷତା ଦ୍ୱାରା ଓଡ଼ିଶା କଂଗ୍ରେସ ମଜବୁତ ହେବ। ମୁଁ ନିଶ୍ଚିତ ଯେ ରାଜ୍ୟ କଂଗ୍ରେସ ର ସମସ୍ତ ନେତୃବୃନ୍ଦ ଙ୍କୁ ନେଇ ଶ୍ରୀ ଭକ୍ତ ଚରଣ ଦାଶଙ୍କ ନେତୃତ୍ୱରେ କଂଗ୍ରେସ ଏକ ନୂତନ ଦିଗଦର୍ଶନ ପାଇବ ଏବଂ ଶକ୍ତିଶାଳୀ ହେବା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଜୋରଦାର ଲଢେଇ କରିବ। ଯାହା ୪.୫୧ କୋଟି ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ସହାୟକ ହେବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଦାଶ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking