30.1 C
Bhubaneswar
Wednesday, May 27, 2026
Homeଓଡିଶାଶ୍ରୀଲିଙ୍ଗରାଜ ମନ୍ଦିରରେ କୋହେନୁର ପଞ୍ଜିକା ମନା

ଶ୍ରୀଲିଙ୍ଗରାଜ ମନ୍ଦିରରେ କୋହେନୁର ପଞ୍ଜିକା ମନା

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ବ୍ୟବହାର ହେବନି କୋହେନୁର ପଞ୍ଜିକା। ମନ୍ଦିର ନୀତିକାନ୍ତିରେ ବ୍ୟବହାର ହେବନି କୋହେନୁର ପଞ୍ଜିକା। କୋହେନୁର ପଞ୍ଜିକା ବଦଳରେ ଖଡ଼ିରତ୍ନ ପଞ୍ଜିକା ପ୍ରଚଳନ ନିଷ୍ପତ୍ତି। ଜାଗର ଅମାବାସ୍ୟା ନେଇ ମନ୍ଦିର ପ୍ରଶାସନର ବୈଠକରେ ନିଷ୍ପତ୍ତି। ସେପଟେ ଆଜି ପଞ୍ଜିକା ସମନ୍ୱୟ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ସରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ ।

ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ

ଶ୍ରୀମନ୍ଦିର ସମ୍ବନ୍ଧୀୟ ଯାନିଯାତ୍ରା ନେଇ ସହମତି ହୋଇଥିବା କହିଲେ ଅରବିନ୍ଦ ପାଢ଼ୀ । ବିଶେଷକରି ୫ଟି ପଞ୍ଜିକାର ପାଣ୍ଡୁଲିପିକୁ ନେଇ ଆଲୋଚନା ହୋଇଛି । ମହାପ୍ରଭୁଙ୍କ ନୀତିକାନ୍ତି ତିଥି ନେଇ ସମସ୍ତେ ସହମତ ହେଲେ । ଏ ନେଇ ଚିଠା ଅନୁମୋଦିତ ହୋଇଛି, କେହି ଭୁଲ୍ ତଥ୍ୟ ଦେବେନି । ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ପର୍ବକୁ ନେଇ ଅନେକ ସମୟରେ ପାଞ୍ଜିକାରେ ଦେଇଥିବା ଦିନ ଓ ତାରିଖକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥାଏ । ତାହାକୁ ଦୂର କରିବା ପାଇଁ ଆଜିର ଏ ବୈଠକ ବସିଥିଲା । ଯେଉଁଥିରେ ୫ ପ୍ରକାର ପଞ୍ଜିକାକୁ ନେଇ ଆଲୋଚନା କରାଯାଇଥିଲା । ଅନ୍ୟପଟେ ଭୁଲ ତଥ୍ୟ ଦେଲେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking