21.1 C
Bhubaneswar
Sunday, December 21, 2025
Homeଓଡିଶାରେଳମନ୍ତ୍ରୀଙ୍କୁ ସଂଗ୍ରାମ ସମିତିର ଚେତାବନୀ

ରେଳମନ୍ତ୍ରୀଙ୍କୁ ସଂଗ୍ରାମ ସମିତିର ଚେତାବନୀ

ଯାଜପୁର: ଯାଜପୁର ରୋଡ଼ ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଆଜି ଯାଜପୁର ରୋଡ଼, ଭଦ୍ରକ ଓ ଧାମରା ରେଳ ଷ୍ଟେସନରେ ବିକ୍ଷୋଭ ସଂଗଠିତ କରାଯାଇ ତୁରନ୍ତ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ ସହ ବ୍ୟୟ ବରାଦ ପାଇଁ ଦାବି କରାଯାଇଛି। ଚୂଡାନ୍ତ ସର୍ଭେ,ଡି.ପି.ଆର୍ ପ୍ରସ୍ତୁତି ଓ ରେଳବାଇ ବୋର୍ଡର ତର୍ଜମା ପାଇଁ ଦେଢ଼ ବର୍ଷରୁ ଅଧିକ ସମୟ ଅତିବାହିତ ହୋଇଥିଲେ ମଧ୍ୟ କାହିଁକି ମଞ୍ଜୁରୀ ପ୍ରଦାନ ପ୍ରକ୍ରିୟା କୁ ବିଳମ୍ବିତ କରାଯାଇଛି, ରେଳମନ୍ତ୍ରୀ ତାହାର ସ୍ପଷ୍ଟୀକରଣ ଦେବା ପାଇଁ ବିକ୍ଷୋଭକାରୀମାନେ ଦାବି କରିଛନ୍ତି।
ଗତବର୍ଷ ନିର୍ବାଚନ ପୂର୍ବରୁ ରେଳମନ୍ତ୍ରୀ ଘୋଷଣା କରିଥିଲେ ଯେ ୨୦୨୪-୨୫ ର ପୂର୍ଣ୍ଣାଙ୍ଗ ବଜେଟ୍ ରେ ଏହି ପ୍ରକଳ୍ପ ପାଇଁ ବ୍ୟୟ ବରାଦ କରାଯିବ। ମାତ୍ର ୨୦୨୫-୨୬ ର ବଜେଟରେ ମଧ୍ୟ ଏହି ପ୍ରକଳ୍ପ ପାଇଁ ବ୍ୟୟ ବରାଦ ନ କରାଯିବା ଦ୍ଵାରା ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ବାସୀଙ୍କୁ ପ୍ରତାରିତ କରାଯାଇଛି। ଏହି ପ୍ରତାରଣା କୁ ଅଧିକ ଦିନ ବରଦାସ୍ତ କରାଯାଇ ପାରିବ ନାହଁ ବୋଲି ବିକ୍ଷୋଭକାରୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଗାମୀ ଏକ ମାସ ମଧ୍ୟରେ ଏହି ୧୦୧.୨୬ କିଲୋମିଟର ରେଳପଥକୁ ମଞ୍ଜୁରୀ ପ୍ରଦାନ ପାଇଁ ଦାବି କରାଯାଇଛି।ଯାଜପୁର ରୋଡ଼ ର ଗୋପବନ୍ଧୁ ଛକ ପାଖରୁ ପଟୁଆର ବାହାରି ରେଳଷ୍ଟେସନ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ ସଂଗ୍ରାମ ସମିତିର ଯୁଗ୍ମ ଆବାହକ ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ବରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସଂଗ୍ରାମ ସମିତିର ଆବାହକ ସନ୍ତୋଷ ଦାସଙ୍କ ସମେତ ସର୍ବଶ୍ରୀ ମଳୟ ପଣ୍ଡା, ଦେବେନ୍ଦ୍ର ପଣ୍ଡା, ଦିଲ୍ଲିପ ଦଳେଇ, ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ, ବାବୁଲାଲ ଗୁରୁ, ବିଜୟ ପରିଡା, ସୁରେନ୍ଦ୍ର ରାୟ, ବିଷ୍ଣୁ ଚରଣ ଧଳ, ପ୍ରଫୁଲ୍ଲ ନାୟକ,ସୁବାସ ଧଳ, ରାକେଶ ସାହୁ, ପୂର୍ଣ୍ଣଚନ୍ଦ୍ର ଦାସ, ଶ୍ରୀମତୀ ସୁଷମା ବଳ, ସତ୍ୟବାନ୍ ଦାସ, ଅଭୟ ପଣ୍ଡା, ବିଜୟ ନାୟକ, ଅମୂଲ୍ୟ ସାମଲ,ନିର୍ମଳ ରଥ ଗଣେଶ ସାହୁ,ଲାଲ୍ ମଣି ମୁଣ୍ଡା, ସୁରେଶ ସାହୁ ,ଆଭାମୟୀ ମହାନ୍ତି, ତ୍ରିଲୋଚନ ରାଉତ, ଗୋପବନ୍ଧୁ ସାହୁ, ମାଳତୀ ହାଂସଦା, କାହ୍ନୁ ମୁଖି, ମନ୍ମଥ କୁମାର ରାୟ, ପ୍ରଦିପ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖି ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁଁ ଆହ୍ୱାନ ଦେଇଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking