ଓମାନ: ଓମାନରେ ଫସିଛନ୍ତି ଓଡ଼ିଆ ଯୁବକ । ଦୁଇ ପଇସା ରୋଜଗାର ଆଶାରେ ଓମାନ ଯାଇଥିଲେ । ହେଲେ ସେଠାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଉଦ୍ଧାର ପାଇଁ ଭିଡ଼ିଓ ମଧ୍ୟମରେ ଅନୁରୋଧ କରିଛନ୍ତି । ୧୨ ଜଣ ଯୁବକ ଫସି ରହିଥିବା ବେଳେ ଗଞ୍ଜାମ ବ୍ଲକର ଜଣେ ଯୁବକ ସେମାନଙ୍କ ମଧ୍ୟରେ ରହିଛନ୍ତି । ଗଞ୍ଜାମ ବ୍ଲକ ତାରିଣୀପଲ୍ଲୀ ଗାଁର ବସନ୍ତ କୁମାର ସେଠୀ ଓମାନରେ ଫଶିରହିଛନ୍ତି । ୫ ମାସ ତଳେ ସେଠାକୁ ଯାଇଥିବା ବେଳେ ଏବେ ତାଙ୍କୁ କମ୍ପାନୀ ବାହାର କରିଦେଇଥିବା ଅଭିଯୋଗ କରିଛନ୍ତି । ତାଙ୍କୁ ଧମକ ଦେବା ସହ ପାସଫୋଟ ଛଡେଇ ରଖିଦେଇଥିବା ଅଭିଯୋଗ ହୋଇଛି । ତେଣୁ କିପରି ପୁଅ ସୁରକ୍ଷିତ ଭାବେ ଗାଁକୁ ଫେରିବ । ସେନେଇ ମା ଇନ୍ଦିରା ସେଠୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ।