24.1 C
Bhubaneswar
Monday, February 23, 2026
Homeଓଡିଶାସ୍ୱାସ୍ଥ୍ୟସେବାକୁ ଅଧିକ ସଶକ୍ତ କରିବା ପାଇଁ ଟେଲି ମେଡିସିନ୍ ସମ୍ପର୍କିତ ସମୀକ୍ଷା ବୈଠକ

ସ୍ୱାସ୍ଥ୍ୟସେବାକୁ ଅଧିକ ସଶକ୍ତ କରିବା ପାଇଁ ଟେଲି ମେଡିସିନ୍ ସମ୍ପର୍କିତ ସମୀକ୍ଷା ବୈଠକ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସମ୍ମିଳନୀ କକ୍ଷରେ ଆଜି ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଅଧିକ ସଶକ୍ତ କରିବା ପାଇଁ ଟେଲି ମେଡିସିନ୍ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ରାଜ୍ୟର ଟେଲି ମେଡିସିନ୍ ପରିଚାଳନାକୁ ଅଧିକ କ୍ରିୟାଶୀଳ କରିବା, ଉପ- ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମେଡିକାଲ କଲେଜ ଏବଂ ଅନ୍ୟାନ୍ୟ ଶିଶୁ ଚିକିତ୍ସା ପ୍ରତିଷ୍ଠାନ ମଧ୍ୟରେ ଟେଲି-ପରାମର୍ଶର ଗୁଣବତ୍ତା ବୃଦ୍ଧି ଉପରେ ସବିଶେଷ ଆଲୋଚନା ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକର କେମୋଥେରାପି କେନ୍ଦ୍ର ଏବଂ AHPGIC, କଟକ ମଧ୍ୟରେ ଥିବା ସଂଯୋଗକୁ ସୁଦୃଢ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ ଦିଆଯାଇଥିଲା । କର୍କଟ ରୋଗୀଙ୍କ ପାଇଁ ଯେଉଁ ସବୁ ସ୍ଥାନ ବା ଅଂଚଳରେ ଉନ୍ନତମାନର ଚିକିତ୍ସା ସେବା ଉପଲବ୍ଧ ନାହିଁ ସେହି ସବୁ ସ୍ଥାନକୁ ଟେଲି ମେଡ଼ିସିନ ଓ ଟେଲି ପରାମର୍ଶକୁ ସମ୍ପ୍ରସାରିତ କରି ଲୋକମାନଙ୍କୁ ବିଶେଷଭାବେ ଉପକୃତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ବତୀ ଏସ ପ୍ରକାଶ କରିଥିଲେ ।

ଟେଲିମେଡିସିନ୍ ପ୍ଲାଟଫର୍ମ ଏବଂ ଇ-ସଞ୍ଜୀବନୀ ପ୍ଲାଟଫର୍ମକୁ ରାଜ୍ୟର ଦୂରବର୍ତ୍ତୀ ଅଞ୍ଚଳକୁ ସମ୍ପ୍ରସାରିତ କରିବା । ସାଧାରଣ ଲୋକମାନଙ୍କ ମଧ୍ୟରେ ଟେଲି ମେଡିସିନ୍ ସେବା ବିଷୟରେ ଅଧିକ ସଚେତନତା ସୃଷ୍ଟି କରିବା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟସେବା ଫଳାଫଳକୁ ଉନ୍ନତ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ ଦିଆଯାଇଥିଲା । ଓଡ଼ିଶା ସରକାରଙ୍କ ଟେଲି ମେଡ଼ିସିନର ଉପଦେଷ୍ଟା ଡା ବିଶ୍ୱ ନାରାୟଣ ମହାନ୍ତି, ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଡା ବିଜୟ ମହାପାତ୍ର, ଡ଼ିଏମଇଟିର ନିର୍ଦ୍ଦେଶକ ପ୍ରଫେସର ଡା ସନ୍ତୋଷ ମିଶ୍ର, SIHFWର ନିର୍ଦ୍ଦେଶକ ଡା ଅମରେନ୍ଦ୍ର ମହାନ୍ତି, ଯୁଗ୍ମ ନିର୍ଦ୍ଦେଶକ MT ଡା ସଞ୍ଜୁଲତା ଶତପଥି, C-DAC ର ପ୍ରତିନିଧି ଶୈଳେନ୍ଦ୍ର ସିଂ ନରୱରିଆ, ତୁଶାର ଫେଗେଡେ, ଓକାକର ମାନସ ରଞ୍ଜନ ପତି, ବିଏସଏନଏଲର ଦେବେନ୍ଦ୍ର ଚନ୍ଦ୍ର ପ୍ରଧାନ ଏବଂ ସନ୍ତୋଷ କୁମାର ବେହେରା ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking