27.1 C
Bhubaneswar
Friday, December 19, 2025
Homeଖେଳବିରାଟ କୋହଲି ଫିଟ୍ ଘୋଷିତ

ବିରାଟ କୋହଲି ଫିଟ୍ ଘୋଷିତ

କଟକ: କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର। ଟିମ୍‌ର ଷ୍ଟାର୍ ବ୍ୟାଟର୍ ବିରାଟ କୋହଲି ଏହି ମ୍ୟାଚ୍ ଖେଳିବା ପାଇଁ ଫିଟ୍ ଘୋଷିତ ହୋଇଛନ୍ତି। ବ୍ୟାଟିଂ କୋଚ୍ ସିତାଂଶୁ କୋଟକ ଏହି ସୂଚନା ଦେଇ ଜଣାଇଛନ୍ତି କୋହଲି ଡାହାଣ ଆଣ୍ଠୁ ଯନ୍ତ୍ରଣାରୁ ସୁସ୍ଥ ହୋଇଛନ୍ତି। ସେ ଦ୍ୱିତୀୟ ଦିନିକିଆ ଖେଳିବା ପାଇଁ ଫିଟ୍‌। ଆଣ୍ଠୁରେ ଫୁଲା ଯୋଗୁଁ କୋହଲି ନାଗପୁରର ପ୍ରଥମ ଦିନିକିଆ ଖେଳିନଥିଲେ। ନାଗପୁରରେ ସେ ଆଣ୍ଠୁରେ ପଟି ବାନ୍ଧିଥିବା ଦେଖିବାକୁ ମିଳିଥିଲା। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ତାଙ୍କ ଆଘାତ ଭାରତର ଚିନ୍ତା ବଢ଼ାଇ ଦେଇଥିଲା।

ତେବେ ବ୍ୟାଟିଂ କୋଚ୍‌ଙ୍କ ଏହି ସୂଚନା ଏବେ ଆଶ୍ୱସ୍ତି ଆଣିଦେଇଛି। ଦ୍ୱିତୀୟ ଦିନିକିଆ ପୂର୍ବ ସନ୍ଧ୍ୟାରେ କୋଟକ କହିଛନ୍ତି, ବିରାଟ କୋହଲି ଫିଟ୍ ଅଛନ୍ତି ଏବଂ ଅଭ୍ୟାସ ପାଇଁ ଆସିଛନ୍ତି। ସେ କଟକରେ ଖେଳିବାକୁ ପ୍ରସ୍ତୁତ। ତେବେ ଓପ୍ନର୍ ବ୍ୟାଟର୍ ଯଶସ୍ୱୀ ଜୟସ୍ୱାଲ୍ ଓ ଗତ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ଶ୍ରେୟସ ଆୟରଙ୍କ ମଧ୍ୟରୁ କାହାକୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯିବ ତାହା କୋଟକ ଜଣାଇନାହାନ୍ତି। ସେ କହିଛନ୍ତି, ଏ ସମ୍ପର୍କରେ କ୍ୟାପ୍‌ଟେନ୍ ରୋହିତ ଶର୍ମା ଓ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ନିଷ୍ପତ୍ତି ନେବେ। କ୍ୟାପ୍‌ଟେନ୍ ରୋହିତ ଶର୍ମାଙ୍କ ଖରାପ ଫର୍ମକୁ ନେଇ କହିଛନ୍ତି ତାହା ଏକ ଖରାପ ସମୟ ଥିଲା। ବ୍ୟାଟିଂ କୋଚ୍‌ଙ୍କ ପୂର୍ବରୁ ଭାଇସ୍ କ୍ୟାପ୍‌ଟେନ୍ ଶୁଭମନ ଗିଲ୍ ମଧ୍ୟ ସ୍ପଷ୍ଟ କରିଥିଲେ ଯେ କୋହଲି ଫିଟ୍ ଅଛନ୍ତି ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ଖେଳିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking