28.1 C
Bhubaneswar
Monday, February 9, 2026
Homeଓଡିଶାସୋଆ ଲେକ୍ସ କନସିଲିୟମ୍ -୨୦୨୫ ତୃତୀୟ ସଂସ୍କରଣ ଆୟୋଜିତ

ସୋଆ ଲେକ୍ସ କନସିଲିୟମ୍ -୨୦୨୫ ତୃତୀୟ ସଂସ୍କରଣ ଆୟୋଜିତ

ଭୁବନେଶ୍ୱର:  ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌) ଓ ସୋଆ ପ୍ଲେସ୍‌ମେଂଟ ସେଲ୍‌ର ମିଳିତ ଆନୁକୂଲ୍ୟରେ ଆଇନ୍ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ସୁଯୋଗ ସଂପର୍କରେ ମାର୍ଗଦର୍ଶନ ପ୍ରଦାନ କରିବା ନିମନ୍ତେ ଏକ ଦିବସୀୟ କାର୍ଯ୍ୟକ୍ରମ ‘ସୋଆ ଲେକ୍ସ କନସିଲିୟମ୍ -୨୦୨୫’ର ତୃତୀୟ ସଂସ୍କରଣ ନିକଟରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଏଲ୍‌ପିକୋ କମ୍ପାନୀର ନିର୍ଦ୍ଦେଶକ ଶ୍ରୀ ଲୋକନାଥ ପ୍ରସାଦ କର ଯୋଗ ଦେଇ କହିଥିଲେ ଯେ ନିଜର ଦକ୍ଷତା ଓ ଜ୍ଞାନକୌଶଳ ମାଧ୍ୟମରେ ସବୁ କିଛି ସମ୍ଭବ ହୋଇଥାଏ। ତେଣୁ ପ୍ରଥମେ ନିଜ ଦକ୍ଷତାକୁ ସୁଦୃଢ଼ କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ସେ କହିଥିଲେ। ଛାତ୍ରଛାତ୍ରୀମାନେ ଆଇନ ଅଧ୍ୟୟନ ପରେ କିପରି ନିଯୁକ୍ତି ପାଇଁ କେଉଁ କମ୍ପାନୀକୁ ଚୟନ କରିବେ ଓ ସେମାନଙ୍କୁ କେଉଁ କେଉଁ ଜିନିଷ ଉପରେ ଧ୍ୟାନ ଦେବାକୁ ପଡିବ ସେ ସମ୍ପର୍କରେ ଶ୍ରୀ କର ବୁଝାଇଥିଲେ। ସେହିପରି ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍ନିଲ୍ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାକ୍ (ଏନ୍‌ଆଇଆର୍‌ଏଫ୍‌) ରାଙ୍କିଙ୍ଗସ୍ ୨୦୨୪ ଅନୁଯାୟୀ ଦେଶରେ ୯ମ ଶ୍ରେଷ୍ଠ ଆଇନ୍ ଶିକ୍ଷାନୁଷ୍ଠାନ ଭାବରେ ସ୍ଥାନ ଅଧିକାର କରିଛି। ସୋଆ ସଦାସର୍ବଦା ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଏଥି ନିମନ୍ତେ ୨୦ଟି ଗବେଷଣା କେନ୍ଦ୍ର ରହିଛି ବୋଲି ପ୍ରଫେସର ନନ୍ଦ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ନିଲ୍‌ର ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ ବିବରଣୀ ପ୍ରଦାନ କରିଥିଲେ। ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଂଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କର୍ପୋରେଟ ଅଫେୟାର୍ସ ନିର୍ଦ୍ଦେଶକ ଶ୍ରୀ ରିପ୍ତି ରଂଜନ ଦାଶ ବକ୍ତବ୍ୟ ରଖିଥଲେ। ‘ଆଇନ କ୍ଷେତ୍ରର ଉଦୀୟମାନ ଧାରା ଏବଂ ଫ୍ରେଶର୍ ମାନଙ୍କ ପାଇଁ ସୁଯୋଗ’ ବିଷୟବସ୍ତୁ ଉପରେ ପ୍ରଥମ ପର୍ଯ୍ୟାୟ ଆଲୋଚନାରେ ମୁଥୁଟ ଫିନକର୍ପ ଲିମିଟେଡ୍ (ଲିଗାଲ୍‌)ର ମୁଖ୍ୟ ଶ୍ରୀ ପ୍ରଶାନ୍ତ କୁମାର, ଇଂଟିଗ୍ରିଅନ୍‌ର ନିର୍ଦ୍ଦେଶକ(ଏଚ୍‌ଆର) ଶ୍ରୀ ଦେବେନ୍ଦ୍ର ସୁରେଶ ହାଟଙ୍ଗାଡି, ଚୋଲାମଣ୍ଡଳମ୍ ଏମ୍‌ଏସ୍ ଜେନେରାଲ୍ ଇନ୍‌ସୁରାନ୍‌ସ୍‌ର ଡେପୁଟି ଜେନେରାଲ୍ ମ୍ୟାନେଜର (ଏଚ୍‌ଆର୍‌) ଶ୍ରୀ ଅଭିଷେକ ଦତ, ରୁଟ୍‌ସ୍ ସାଇବର ଲ’ ଫାର୍ମର ପାର୍ଟନର ଶ୍ରୀମତି ଚିନ୍ମୟୀ ସାହୁ, ଲେକ୍ସ ପବ୍ଳିସିଓର ଆସୋସିଏଟ୍ ପାର୍ଟନର ଶ୍ରୀମତି ଆକାଂକ୍ଷା କବି, ଶିବଦାସ୍ ଆଣ୍ଡ ଶିବଦାସ୍‌ର ପାର୍ଟନର ଶ୍ରୀ ପ୍ରଶାନ୍ତ ଏସ୍ ଶିବଦାସ ଏବଂ ସ୍ନିଲର ଆସୋସିଏଟ ପ୍ରଫେସର ଶ୍ରୀମତି ଶିବଶ୍ରୀତା ଭରଦ୍ୱାଜ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।

‘ଆଇନବୃତିର ଭବିଷ୍ୟତ : କିପରି ବୃତି କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ପରିବର୍ତନ ଆଣୁଛି’ ଏହି ବିଷୟବସ୍ତୁ ଉପରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରେ, ରୁଟ୍‌ସ୍ ସାଇବର ଲ’ ଫାର୍ମର ଫାଉଣ୍ଡିଂ ପାର୍ଟନର ଶ୍ରୀ ରଙ୍ଗନାଥ ଏମ୍ ଏ., ଡିଜିଟ୍ ଇନ୍‌ସୁରାଂସ ର (କର୍ପୋରେଟ ଲିଗାଲ୍ ଆଣ୍ଡ କମ୍‌ପ୍ଲିଆନ୍‌ସ) ମୁଖ୍ୟ ଶ୍ରୀମତି ରଶିକା ବିବେକ୍ କୁବେର, ଡିଏଲ୍‌ଏଫ୍ ଲିମିଟେଡର ଜେନେରାଲ୍ ମ୍ୟାନେଜର ଶ୍ରୀମତି ସ୍ୱାତୀ ସିଂ, ବାଇଓକନ୍ ବାୟୋଲୋଜିର ଗ୍ଳୋବାଲ୍ ଡିପିଓ ଶ୍ରୀ ତାନିନ୍ ଚକ୍ରବର୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସ୍ନିଲର ବରିଷ୍ଠ ପ୍ରଫେସର ପ୍ରବୀର ପଟ୍ଟନାୟକ ଏବଂ ପ୍ରଫେସର ମଧୁସୂଦନ ଦାସ ମଧ୍ୟ ଯୋଗ ଦେଇଥିଲେ। ଶ୍ରୀ ରିପ୍ତି ରଂଜନ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ଲେସ୍‌ମେଂଟ ସେଲ୍‌ର ସିନିୟର ମ୍ୟାନେଜର କର୍ପୋରେଟ ରିଲେସନ୍ ଶ୍ରୀ ଅଭିଷେକ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking