25.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଫୋର୍ବସ ପ୍ରସ୍ତୁ ବିଶ୍ୱର ୧୦ ଶକ୍ତିଶାଳୀ ଦେଶଙ୍କ ତାଲିକା: ଟପ୍ ଟେନ୍ ର‌୍ୟାଙ୍କ୍‌ରେ ‘ଭାରତ’ ନାହିଁ

ଫୋର୍ବସ ପ୍ରସ୍ତୁ ବିଶ୍ୱର ୧୦ ଶକ୍ତିଶାଳୀ ଦେଶଙ୍କ ତାଲିକା: ଟପ୍ ଟେନ୍ ର‌୍ୟାଙ୍କ୍‌ରେ ‘ଭାରତ’ ନାହିଁ

ନୂଆଦିଲ୍ଲୀ: ଖ୍ୟାତନାମା ଅନ୍ତର୍ଜାତୀୟ ବ୍ୟବସାୟଭିତ୍ତିକ ପତ୍ରିକା ‘ଫୋର୍ବସ’ ୨୦୨୫ ବର୍ଷ ପାଇଁ ବିଶ୍ୱର ୧୦ ଶକ୍ତିଶାଳୀ ଦେଶଙ୍କୁ ନେଇ ଏକ ତାଲିକା ପ୍ରକାଶ କରିଛି। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏହି ୧୦ ରାଷ୍ଟ୍ର ବିଶିଷ୍ଟ ତାଲିକାରେ ଭାରତ’କୁ ସ୍ଥାନ ମିଳିନାହିଁ। ଯାହାକି ଏକ ନୂଆ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷେ ଫୋର୍ବସ ଦର୍ଶାଇଛି ଯେ, ଏହି ତାଲିକା ୫ଟି ମୁଖ୍ୟ ତଥା ଗୁରୁତ୍ୱପୂର୍ଣ୍ଣ ପାରାମିଟର ଉପରେ ଆଧାରିତ। ଏହି ତାଲିକା ଯେକୌଣସି ଦେଶର ନେତା, ଆର୍ôଥକ ପ୍ରଭାବ, ରାଜନୈତିକ ପ୍ରଭାବ, ଦୃଢ଼ ଅନ୍ତର୍ଜାତୀୟ ମେଣ୍ଟ ଏବଂ ଦୃଢ଼ ସାମରିକ ବାହିନୀ ଆଧାରରେ ପ୍ରସ୍ତୁତ କରାଯାଇଛି।
ଏହି ର‌୍ୟାଙ୍କିଂ ମଡେଲ ଡବ୍ଲ୍ୟୁପିପିର ଏକ ୟୁନିଟ୍ ବିଏଭି ଗ୍ରୁପ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହି ଗବେଷଣା ଦଳର ନେତୃତ୍ୱ ପେନସିଲଭାନିଆ ବିଶ୍ୱବିଦ୍ୟାଳୟର ହ୍ୱାର୍ଟନ ସ୍କୁଲର ପ୍ରଫେସର ଡେଭିଡ ରିବଷ୍ଟାଇନ ନେଇଥିଲେ। ତେବେ ଏହି ତାଲିକାର ଶୀର୍ଷ ୩ଟି ସ୍ଥାନରେ ଯଥାକ୍ରମେ ଆମେରିକା, ଚୀନ୍ ଓ ରୁଷ୍ ରହିଥିବା ବେଳେ ୪ର୍ଥରେ ଇଂଲଣ୍ଡ, ୫ମରେ ଜର୍ମାନୀ, ୬ଷ୍ଠରେ ଦକ୍ଷିଣ କୋରିଆ, ୭ମରେ ଫ୍ରାନ୍ସ, ୮ମରେ ଜାପାନ, ୯ମରେ ସାଉଦି ଆରବ ଏବଂ ୧୦ମରେ ଇସ୍ରାଏଲ ଆଦି ରାଷ୍ଟ୍ର ରହିଛନ୍ତି। ଭାରତ ଏହି ତାଲିକାରେ ୧୨ଶ ସ୍ଥାନରେ ରହିଛି।

ତେବେ ଭାରତର ବିଶାଳ ଜନସଂଖ୍ୟା, ସାମରିକ ଶକ୍ତି ଏବଂ ଆର୍ôଥକ ପ୍ରଗତିକୁ ଦୃଷ୍ଟିରେ ରଖି, ଏହାକୁ ଏହି ତାଲିକାରୁ ବାହାରେ ରଖିବା ଆଶ୍ଚର୍ଯ୍ୟଜନକ। ଚତୁର୍ଥ ବୃହତ୍ତମ ସେନା ଏବଂ ପଞ୍ଚମ ବୃହତ୍ତମ ଅର୍ଥନୀତି ଥିବା ସତ୍ତ୍ୱେ, ଭାରତକୁ ଏହି ତାଲିକାରେ ସ୍ଥାନ ଦିଆନଯିବାକୁ ନେଇ ଅନେକ ବିଶେଷଜ୍ଞ ଏବଂ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି। ଫୋର୍ବସର ର‌୍ୟାଙ୍କିଂ ପଦ୍ଧତି ଭାରତର ପ୍ରଭାବକୁ ସଠିକ୍ ଭାବରେ ମୂଲ୍ୟାଙ୍କନ କରିବାରେ ବିଫଳ ହୋଇଛି ବୋଲି ମତ ପ୍ରକାଶ ପାଇଛି। ଆମେରିକା, ଚୀନ୍‌, ଏବଂ ରୁଷିଆ ଭଳି ଦେଶମାନେ ସେମାନଙ୍କର ଦୃଢ଼ ସ୍ଥିତି ବଜାୟ ରଖିଛନ୍ତି, ଯେତେବେଳେ ଫୋର୍ବସ ଭାରତ ଭଳି ଉଦୀୟମାନ ଶକ୍ତିକୁ ବାଦ ଦେଇ ସମାଲୋଚନାର ଶିକାର ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking