ଭୁବନେଶ୍ଵର : ମୋହନ ସରକାର ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥାରେ ଲୋକଙ୍କ ଦ୍ଵାରା ନିର୍ବାଚିତ ସରକାର । ଏ ସରକାର ତାର ସମସ୍ତ କାର୍ଯ୍ୟ ଲୋକ ଜନହିତକର ଉଦ୍ଦେଶ୍ୟରେ କରିବା ଦରକାର । ମୋହନ ମାଝୀ ସରକାରର ମୁଖ୍ୟ ଓ ମୁଖ୍ୟମନ୍ତ୍ରୀ ପଦରେ ଅଧୃଷ୍ଠିତ । ଜଣେ ମୁଖ୍ୟମନ୍ତ୍ରୀ ତାର ମନ୍ତ୍ରୀମଣ୍ଡଳର ସଦସ୍ୟ ସଦସ୍ୟା ଓ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହଯୋଗ ଓ ପରାମର୍ଶରେ ଉପଯୁକ୍ତ ନିଷ୍ପତ୍ତି ନେବା ଉଚିତ୍ । କିନ୍ତୁ ମୋହନ ମାଝୀ ସରକାର ସମସ୍ତ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ସଦସ୍ୟଙ୍କୁ ଓ କାର୍ଯ୍ୟରତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ଅବିଶ୍ୱାସକୁ ନେଇ ଜଣେ ପାରଳ ପୋଲିସ୍ ପ୍ରଶାସନିକ ଅଧିକାରୀକୁ ନିଜର ଓ ସରକାରର ଉପଦେଷ୍ଟା ଭାବରେ ଗ୍ରହଣ କରିବା ଓ ତାଙ୍କୁ କ୍ୟାବିନେଟ ପାହ୍ୟା ପ୍ରଦାନ କରିବା ଜଣେ ଦକ୍ଷ ମୁଖ୍ୟମନ୍ତ୍ରୀର ପରିଚୟ ନୁହେଁ । ସେହିଭଳି ଓଡ଼ିଶାରେ ଲକ୍ଷ ଲକ୍ଷ ଉଚ୍ଚଶିକ୍ଷିତ ବେକାର ଯୁବକ ଯୁବତୀ, ବ୍ୟବସାୟୀ ଓ ଦକ୍ଷତା ସମ୍ପନ୍ନ ଅନୁଷ୍ଠାନମାନେ ରହିଥିବା ବେଳେ ମୋହନ ସରକାର ବାହାର ରାଜ୍ୟରୁ, ବାହାର ଦେଶରୁ ଲାଭଖୋର ବ୍ୟବସାୟୀମାନଙ୍କୁ ଆଣି ଉତ୍କର୍ଷ ଓଡ଼ିଶା ନାମରେ ରାଜଧାନୀରେ ଓ ରାଜର ପ୍ରମୁଖ ସ୍ଥାନରେ ମୂଲ୍ୟବାନ ଜମି ଓ ଖଣି ଖାଦାନକୁ ଶାଗ ମାଛ ଦରରେ ବିକ୍ରି କରିବା ଅତ୍ୟନ୍ତ ଚିନ୍ତାଜନକ । ଜଣେ ସୁସ୍ଥ ମସ୍ତିଷ୍କ ମଣିଷ, ଜଣେ ଜନ୍ମମାଟିକୁ ଓ ନିଜ ରାଜ୍ୟକୁ ଭଲ ପାଉଥିବା ମଣିଷ, ଜଣେ ଲୋକହିତକର ମୁଖ୍ୟମନ୍ତ୍ରୀ କେବେ ଏଭଳି ଘୃଣିତ କାର୍ଯ୍ୟ କରିବ ନାହିଁ । ସେହିଭଳି ଅତୀତର ସରକାର ଏ ରାଜ୍ୟକୁ ଋଣ ଯନ୍ତାରେ ବୁଡାଇ ଦେଇଥିବା ବେଳେ ବର୍ତ୍ତମାନ ରାଜ୍ୟରେ ଜନ୍ମ ହେଉଥିବା ଛୁଆ ଉପରେ ୪୮ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ଋଣବୋଝ ପଡ଼ୁଛି । କିନ୍ତୁ ମୋହନ ସରକାର ପୁଣି ଜନ୍ମମାଟିକୁ ବିଦେଶ ନିକଟରେ ବନ୍ଧା ପକାଇ, ଶିକ୍ଷିତ ଯୁବକ ଯୁବତୀ, ଛାତ୍ରଛାତ୍ରୀ ଓ ରାଜ୍ୟର ଜନସାଧାରଣଙ୍କୁ ଏବଂ ନିଜର ପିଲାଛୁଆଙ୍କୁ ବାହାର ଦେଶରେ ବିକ୍ରି କରାଇ ମା’ମାନଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ବାଣ୍ଟିବା କୌଣସି ଏକ ଦଶ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟ ନୁହେଁ ।
ଅତୀତର ୨୪ ବର୍ଷର ନବୀନ ସରକାର ଏହିଭଳି ଅତି ଘୃଣିତ କାର୍ଯ୍ୟ କରିଥିବା ଯୋଗୁଁ ଜନସାଧାରଣ ସେହି ନବୀନ ସରକାରକୁ ତିରସ୍କୃତ କରି ଆଜି ମୋହନ ମାଝୀଙ୍କୁ ସରକାରରେ ବସାଇଛନ୍ତି । କିନ୍ତୁ ମୋହନ ସରକାର ସେହି ପୁରାତନ ଢାଞ୍ଚାରେ ସରକାର ଚଳାଇବା ରାଜ୍ୟକୁ ବାହାର ଓ ବିଦେଶ ନିକଟରେ ବିକ୍ରି କରିବା ଓ ରାଜ୍ୟବାସୀଙ୍କୁ ଧୋକ୍କା ଦେବା ଅତ୍ୟନ୍ତ ନିନ୍ଦନୀୟ । ସେହିଭଳି ରାଜ୍ୟରେ ଲକ୍ଷ ଲକ୍ଷ ଅବସରକାଳୀନ ଓ ମୃତ୍ୟୁକାଳୀନ ସାମ୍ବିଧାନିକ ସ୍ବୀକୃତିପ୍ରାପ୍ତ ସ୍ଥାୟୀ ପଦବୀ ଖାଲି ଥିବା ବେଳେ ଅତୀତର ନବୀନ ସରକାର ତାକୁ ପୂରଣ ନକରି ଠିକା ସଂସ୍ଥାମାନଙ୍କ ଜରିଆରେ ଉଚ୍ଚଶିକ୍ଷିତ ଯୁବକ ଯୁବତୀମାନଙ୍କୁ ସ୍ଵଳ୍ପ ଦରମାରେ ଦାଦନ ଭଳି ଖଟାଇ ଆସିଥିବା ବେଳେ ବର୍ତ୍ତମାନ ମୋହନ ସରକାର ସେହି ନବୀନ ସରକାର ପଦାଙ୍କ ଅନୁସରଣ କରି ଉଚ୍ଚଶିକ୍ଷିତ ଯୁବକ ଯୁବତୀମାନଙ୍କୁ ସ୍ଵଳ୍ପ ଦରମାରେ ଦାଦନ ଭଳି ଖଟାଇବା ଅତ୍ୟନ୍ତ ଚିନ୍ତାଜନକ । ତେଣୁ ଆଜିର ପବିତ୍ର ସରସ୍ଵତୀ ପୂଜା ଅବସରରେ ମା’ ସରସ୍ଵତ ଏ ମୋହନ ମାଝାଙ୍କୁ ସଦବୁଦ୍ଧି ଦିଅନ୍ତୁ, ସଜ୍ଞାନ ଦିଅନ୍ତୁ ଏବଂ ସତ୍ୟମାର୍ଗରେ ଯିବାକୁ ଶକ୍ତି ପ୍ରଦାନ କରନ୍ତୁ ବୋଲି କ୍ରାନ୍ତି ଓଡ଼ିଶାର ଅକ୍ଷ କ୍ରାନ୍ତିକାରୀ ଶ୍ରୀ ଗଙ୍ଗାଧର ପାଣିଗ୍ରାହୀ ମତା ସରସ୍ଵତୀଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ଆଜିର ଏହି ପବିତ୍ର ଅବସରରେ ମୋହନ ମାଝୀଙ୍କୁ ଶ୍ରୀ ପାଣିଗ୍ରାହୀ ଅନୁରୋଧ କରିଛନ୍ତି, ହେ ମୋହନ ବାବୁ ସୁଧୁରି ଯାଅ, ଏଭଳି ଅନ୍ୟାୟ, ଅନୀତି, ଅଧର୍ମ କାର୍ଯ୍ୟ କରନାହିଁ । ଅତୀତରେ ଏଭଳି କାର୍ଯ୍ୟ କରିଥିବା ନବୀନ ପଟ୍ଟନାୟକ ଓ ତାର ସରକାରର ସମସ୍ତ ମନ୍ତ୍ରୀମାନଙ୍କୁ ତୁରନ୍ତ ଝାରପଡ଼ା ଜେଲ୍ ପଠାଅ ଏବଂ ଭବିଷ୍ୟତରେ ନିଜେ ଓ ନିଜ ସରକାରର ମନ୍ତ୍ରୀମଣ୍ଡଳକୁ ନିଶ୍ଚିତ ଜେଲ୍ ଯିବା ଓ ଜନତାଙ୍କ ଚୋଷର ଶିକାର ହେବାକୁ ନିଜର କୁହନ୍ତି ।









