21.1 C
Bhubaneswar
Monday, December 8, 2025
Homeଓଡିଶାଆଜିଠୁ ରଥକାଠ ଅନୁକୂଳ

ଆଜିଠୁ ରଥକାଠ ଅନୁକୂଳ

ପୁରୀ : ଆଜି ହେଉଛି ପବିତ୍ର ମାଘ ମାସ ଶୁକ୍ଳପକ୍ଷ  ପଞ୍ଚମୀ ତିଥି । ଏହି ତିଥିରେ ୨୦୨୫ ରଥଯାତ୍ରା ପାଇଁ ଅନୁକୁଳ ହେବ ରଥକାଠ । ପରମ୍ପରା ମୁତାବକ ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଆସିଥିବା କାଠ ରଥଖଳାରେ ଆଜି ଅନୁକୁଳ ହେବ । ଏଥିଲାଗି ଗତକାଲି ରଥଖଳାକୁ ପରିସ୍କାର କରାଯିବା ସହ ତିନିରଥର ତିନୋଟି ଧଉରା କାଠକୁ ରଖାଯାଇଛି। ଆଜି ସୋତ୍ରିୟ ବ୍ରାହ୍ମଣ ଓ ରାଜଗୁରୁ ବନଜାଗ ପଦ୍ଧତିରେ ମନ୍ତ୍ର ଉଚ୍ଚାରଣ କରି ପୂଜା କରିବେ। ତେବେ ତିନିରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ଗତବର୍ଷର ୫ ଖଣ୍ଡ କାଠ ବଳକା ରହିଛି। ତେବେ ଚଳିତବର୍ଷ ରଥନିର୍ମାଣ ପାଇଁ ଆଉ ୮୧୪ ଖଣ୍ଡ କାଠ ଦରକାର। ପ୍ରଥମ ପର‌୍ୟ୍ୟାୟରେ ୩ଟି ଟ୍ରକ୍ ଯୋଗେ ୧୦୧ ଖଣ୍ଡ କାଠ ପୁରୀରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking