କଣ୍ଟାବାଞ୍ଜି : ଅନଲାଇନ ବେଟିଂ ଗେମର ପର୍ଦ୍ଦାଫାସ କଲା ପୋଲିସ । ଅନଲାଇନ ବେଟିଂ ଗେମ ମାମଲାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ପୋଲିସ ଅଭିଯୁକ୍ତଙ୍କ ପାଖରୁ ୩ଟି ଲ୍ୟାପଟପ , ବ୍ୟାଙ୍କ ପାସବୁକ ସହ ୧୮ଟି ମୋବାଇଲ ଜବତ କରିଛି । କଣ୍ଟାବାଞ୍ଜି ସହର ସହ ରାଜ୍ୟ ବାହାରେ ଚାଲିଥିଲା ଅନଲାଇନ ବେଟିଂ । ପୋଲିସ ପହଞ୍ଚି ସଙ୍ଗେ ସଙ୍ଗେ ୫ ଜଣଙ୍କୁ ଗିରଫ କରିଛି ।










