28.3 C
Bhubaneswar
Sunday, July 26, 2026
Homeଅପରାଧଚୋରା ବାଇକ୍ ର‌୍ୟାକେଟ୍‌ର ପର୍ଦ୍ଦାଫାଶ; ୫ ବାଇକ୍ ଜବତ, ୬ ଗିରଫ

ଚୋରା ବାଇକ୍ ର‌୍ୟାକେଟ୍‌ର ପର୍ଦ୍ଦାଫାଶ; ୫ ବାଇକ୍ ଜବତ, ୬ ଗିରଫ

ଯୋଡ଼ା: ଖଣି ଅଞ୍ଚଳରେ ବାଇକ୍ ଚୋରିକୁ ରୋକିବା ପାଇଁ ପୁଲିସ ବିଭିନ୍ନ ଜାଗାରେ ନାକାବନ୍ଦି ସହିତ ରାତ୍ରୀକାଳୀନ ପେଟ୍ରୋଲିଂ ଜାରି ରଖିଥିଲା। ଏହିକ୍ରମେ ଯୋଡ଼ା ପୁଲିସ ଶନିବାର ଏକ ଚୋରା ବାଇକ୍ ର‌୍ୟାକେଟ୍‌ର ପର୍ଦ୍ଦାଫାଶ କରିବା ସହ ଏଥିରେ ସଂପୃକ୍ତ ୬ ଜଣଙ୍କୁ ଗିରଫ କରିଛି। ଏନେଇ ଯୋଡ଼ା ଥାନାରେ ୨ଟି ପୃଥକ୍ ମାମଲା ରୁଜୁ କରାଯାଇଛି। ଯୋଡ଼ା ଥାନା ଆଇଆଇସି ଲୋକେଶ ସାହୁଙ୍କ ସୂଚନାନୁଯାୟୀ, ୨୦୨୪ ମାର୍ଚ୍ଚ ୧ ତାରିଖରେ ଯୋଡ଼ା ସହରସ୍ଥିତ ଆମ ବାଗାନ୍‌ରେ ରହୁଥିବା ବିଜୟ ରାମରେଡ୍ଡୀଙ୍କ ଘର ଅଗଣାରୁ ବାଇକ୍ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ସେହିପରି ଯୋଡ଼ା ଥାନା ଅଞ୍ଚଳରୁ ଚୋରି ହୋଇଥିବା ବାଇକ୍ ଚମ୍ପୁଆ ଥାନାରେ ଜବତ ହୋଇଥିଲା। ଏହି ୨ଟି ମାମଲାର ତଦନ୍ତ ଭାର ଯୋଡ଼ା ଆଇଆଇସି ଲୋକେଶ ସାହୁ ନେବା ପରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଜାରୀ ରଖି ର‌୍ୟାକେଟ୍‌ର ମାଷ୍ଟରମାଇଣ୍ଡ ସୌରଭ ମହାକୁଡ଼କୁ ଗିରଫ କରିବା ପରେ ସମସ୍ତ ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ପରେ ଏହି ର‌୍ୟାକେଟ୍‌ରେ ସଂପୃକ୍ତ ଥିବା ଅନ୍ୟ ୫ ଜଣଙ୍କୁ ପୁଲିସ ଗିରଫ କରିଛି।

ସେମାନେ ହେଲେ ସନ୍ତୋଷ ମହାନ୍ତ, ରୁଗୁଡ଼ି ଥାନା କ୍ୟାମ୍ପ ହାଟିଂର ବିର୍ସିଂ ମୁଣ୍ଡା, ଭୂୟାଁ ରୋଇଡ୍ ଅଞ୍ଚଳର ଗୋବିନ୍ଦ ମୁଣ୍ଡା, ଚମ୍ପୁଆ ଥାନା ରାଇଗୁଡ଼ି ଅଞ୍ଚଳର ପୁରୁଷୋତ୍ତମ ମହାନ୍ତ ଓ କରଞ୍ଜିଆର ଲକ୍ଷ୍ମଣ ଜିତ୍‌। ପୁଲିସ ଚଢ଼ଉ ବେଳେ ସଦର ଥାନାରୁ ଚୋରି ହୋଇଥିବା ଗୋଟିଏ ପଲସର୍ ସମେତ ୫ଟି ଚୋରୀ ବାଇକ୍‌କୁ ଉଦ୍ଧାର କରିଛି। ମାଷ୍ଟରମାଇଣ୍ଡ ସୌରଭ ଯୋଡ଼ା ସମେତ ବିଭିନ୍ନ ଅଞ୍ଚଳରୁ ତାଙ୍କ ସହଯୋଗୀଙ୍କ ସହାୟତାରେ ବାଇକ୍ ଚୋରି କରି ଜିଲ୍ଲା ତଥା ରାଜ୍ୟ ବାହାରକୁ ନକଲି ବାଇକ୍ ନଂ ଲଗାଇ କମ୍ ମୂଲ୍ୟରେ ବିକ୍ରି କରୁଥିଲା ବୋଲି ପୁଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଏହାସହ ତାଙ୍କ ନାମରେ ଯୋଡ଼ା ଥାନାରେ ବହୁ ଅପରାଧିକ ମାମଲା ରହିଥିବା ଯୋଡ଼ା ଆଇଆଇସି ଲୋକେଶ ସାହୁ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking