18.1 C
Bhubaneswar
Monday, February 9, 2026
Homeଦେଶ ବିଦେଶରାଷ୍ଟ୍ରପତିଙ୍କୁ ଭେଟିଲେ ସୀତାରମଣ

ରାଷ୍ଟ୍ରପତିଙ୍କୁ ଭେଟିଲେ ସୀତାରମଣ

ଆଜି ବଜେଟ। ସଂସଦରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ପୂର୍ବରୁ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ରାଷ୍ଟ୍ରପତି କେନ୍ଦ୍ରୀୟ ବଜେଟକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ସୀତାରମଣ ପ୍ରାକ୍‌ ପ୍ରସ୍ତୁତି ଲାଗି ଅର୍ଥ ମନ୍ତ୍ରଣାଳୟରେ ପହଞ୍ଚିଥିଲେ। ସୀତାରମଣ ରେକର୍ଡ ସ୍ବରୂପ ଲାଗାତର ଅଷ୍ଟମ ଥର ଲାଗି ସଂସଦରେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଦେଶର ଦୁର୍ବଳ ଅର୍ଥନୀତି ମୋଦୀ ସରକାର ପାଇଁ ବଡ଼ ଆହ୍ବାନ ସାଜିଥିବାବେଳେ ତାହାକୁ କିପରି ସହଜରେ ମୁକାବିଲା କରାଯାଇ ପାରିବ ସେ ନେଇ ବଜେଟରେ ବ୍ୟବସ୍ଥା କରାଯିବ। ଏଥିଲାଗି ବଜେଟ ଉପରେ ସାରା ଦେଶର ନଜର ରହିଛି। ଦରଦାର ବୃଦ୍ଧି ଏବଂ ରୋଜଗାର ହ୍ରାସ ଯୋଗୁ ମଧ୍ୟବିତ୍ତ ଶ୍ରେଣୀ ଉପରେ ବୋଝ ବଢୁଥିବାରୁ ତାହା ଉପରେ ବି ବଜେଟରେ ଗୁରୁତ୍ଵ ଦିଆଯିବାର ସମ୍ଭାବନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking