15.1 C
Bhubaneswar
Friday, December 19, 2025
Homeଓଡିଶାଉତ୍ତରପ୍ରଦେଶ ସରକାର ଓ ସ୍ଥାନୀୟ ଅଧିକାରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର ପ୍ରଧାନ

ଉତ୍ତରପ୍ରଦେଶ ସରକାର ଓ ସ୍ଥାନୀୟ ଅଧିକାରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର:  ବାରଣାସୀର ମାନ ମନ୍ଦିର ଘାଟ ନିକଟରେ ଓଡ଼ିଶାର ପ୍ରାୟ ୬୦ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଅନ୍ୟ ଡଙ୍ଗା ସହ ମୁହାଁମୁହିଁ ଧକ୍କା ହେବା ଖବର ପାଇବା ପରେ ଉତ୍ତରପ୍ରଦେଶ ସରକାର ଓ ସ୍ଥାନୀୟ ଅଧିକାରୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଏ ସମ୍ପର୍କରେ ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ବାରଣାସୀର ମାନ ମନ୍ଦିର ଘାଟ ନିକଟରେ ଓଡ଼ିଶାର ପ୍ରାୟ ୬୦ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଅନ୍ୟ ଡଙ୍ଗା ସହ ମୁହାଁମୁହିଁ ଧକ୍କା ହେବା ଖବର ପାଇବା ପରେ ଉତ୍ତରପ୍ରଦେଶ ସରକାର ଓ ସ୍ଥାନୀୟ ଅଧିକାରୀଙ୍କ ସହ କଥା ହେଲି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ଓ ଶ୍ରଦ୍ଧାଳୁ ସୁରକ୍ଷିତ ଅଛନ୍ତି ବୋଲି ଶ୍ରୀ ପ୍ରଧାନ ଆଶ୍ୱସ୍ତ କରିଛନ୍ତି ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଏନଡିଆରଏଫ, ସ୍ଥାନୀୟ ପୋଲିସ ଓ ଉତ୍ତରପ୍ରଦେଶ ସରକାରଙ୍କ ତତ୍ପରତା ଓ ମିଳିତ ଉଦ୍ୟମ ଯୋଗୁଁ ଏକ ବଡ ଅଘଟଣରୁ ସମସ୍ତେ ବର୍ତ୍ତି ଯାଇଯାଇଛନ୍ତି । ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ଓ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବାରଣାସୀ କମିଶନର ଶ୍ରୀ କୌଶଲ ରାଜ ଶର୍ମାଙ୍କ ସହାୟତାରେ ଓଡ଼ିଶାବାସୀଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଯିବା ସହ ସୁରକ୍ଷିତ ଭାବେ ସ୍ଥାନାନ୍ତର ହୋଇଥିବା ଯାତ୍ରୀଙ୍କ ସହ ଆଲୋଚନା ହୋଇଛି । ଏହି ତତ୍ପରତା ପାଇଁ ଶ୍ରୀ ପ୍ରଧାନ ଏନଡିଆରଏଫ ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking