25.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଅନେକଥର ‘କୁରାନ୍‌’ ପୋଡ଼ିଥିବା ବ୍ୟକ୍ତିକୁ ଗୁଳିକରି ହତ୍ୟା

ଅନେକଥର ‘କୁରାନ୍‌’ ପୋଡ଼ିଥିବା ବ୍ୟକ୍ତିକୁ ଗୁଳିକରି ହତ୍ୟା

ଷ୍ଟକହୋମ୍‌: ସ୍ୱିଡେନରେ ଅନେକ ଥର କୁରାନ୍ ପୋଡିଥିବା ଜଣେ ୩୮ ବର୍ଷୀୟ ଇରାକୀ ବ୍ୟକ୍ତି ସଲୱାନ ମୋମିକାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଗୁରୁବାର ଷ୍ଟକ୍‌ହୋମ୍ ସ୍ଥିତ କୋର୍ଟ ଏନେଇ ସୂଚନା ଦେଇଛନ୍ତି। ସଲୱାନ୍ ମୋମିକାଙ୍କ ମାମଲାରେ ଗୁରୁବାର କୋର୍ଟ ରାୟ ଆସିବାକୁ ଥିବା ବେଳେ ଏହାର କିଛି ଘଣ୍ଟା ପୂର୍ବରୁ ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଫଳରେ କୋର୍ଟ ରାୟକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସ୍ଥଗିତ କରିଦିଆଯାଇଛି। ରିପୋର୍ଟ ଅନୁଯାୟୀ, ସଲୱାନ ଇରାକୀ ବଂଶୋଦ୍ଭବ ଖ୍ରୀଷ୍ଟିଆନ ନାଗରିକ ଥିଲେ। ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ୍ ତଦନ୍ତ ଆରମ୍ଭ କରିଛି।

ସଲୱାନ ମୋମିକା ସ୍ୱିଡେନ୍‌ରେ ଇସଲାମ୍ ଧର୍ମର ପବିତ୍ର ପୁସ୍ତକ ‘କୁରାନ୍‌’କୁ ବାରମ୍ବାର ପୋଡ଼ିବା ଏବଂ ଅପମାନିତ କରିଆସୁଥିଲେ। ଏପରିକି ସେ ଏସବୁ ଜାଳିବାର ଏକ ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ସାରା ବିଶ୍ୱରେ ଭାଇରାଲ ହୋଇଥିଲା। ତାଙ୍କର ଏପ୍ରକାର ନିନ୍ଦନୀୟ କାର୍ଯ୍ୟ ଉପରେ ସାରା ବିଶ୍ୱରୁ ପ୍ରତିକ୍ରିୟା ଆସିଥିଲା। ଅନେକ ମୁସଲିମ ଦେଶରେ ତାଙ୍କୁ ସମାଲୋଚନା କରାଯାଇଥିଲା ଏବଂ ଲୋକମାନେ ତାଙ୍କ ଉପରେ କ୍ରୋଧ ପ୍ରକାଶ କରିଥିଲେ। ଏହାକୁ ନେଇ ଅନେକ ସ୍ଥାନରେ ଦଙ୍ଗା ଏବଂ ଅଶାନ୍ତି ମଧ୍ୟ ବ୍ୟାପିଥିଲା। ଏହି ମାମଲାରେ ସ୍ୱିଡେନରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ସହ ତଦନ୍ତ ମଧ୍ୟ ଚାଲିଥିଲା। ନିକଟରେ ସେ ସର୍ତ୍ତ ଆଧାରରେ ଜାମିନ୍‌ରେ ମୁକୁଳିଥିଲେ ଏବଂ ନିଜ ଷ୍ଟକହୋମ ସୋଡରଟାଲଜେ ସ୍ଥିତ ଘରେ ହିଁ ରହୁଥିଲେ। ତେବେ ବୁଧବାର ରାତିରେ ତାଙ୍କ ଘର ଉପରେ ଆକ୍ରମଣ ହୋଇଥିଲା ଏବଂ ସଲମାନ୍‌ଙ୍କୁ ହିଁ ଟାର୍ଗଟ୍ ପୂର୍ବକ ଗୁଳିମାଡ଼ କରାଯାଇଥିଲା। ଏଥିରେ ତାଙ୍କ ମୃତ୍ୟୁ ହୋଇଥିବା ପୁଲିସ୍ କହିଛି। ତେବେ ଯେତେବେଳେ ତାଙ୍କୁ ଗୁଳି କରାଯାଇଥିଲା ସେତେବେଳେ ସେ ଟିକ୍‌ଟକ୍‌ରେ ଲାଇଭ୍ ଥିଲେ ବୋଲି ପୁଲିସ୍ ଜାଣିବାକୁ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking