30.1 C
Bhubaneswar
Thursday, February 12, 2026
Homeଓଡିଶାବିନୟ ଏମଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ

ବିନୟ ଏମଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ୱର: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ କର୍ପୋରେଟ୍ ସେଣ୍ଟର ମୁମ୍ବାଇର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିନୟ ଏମ୍ ଟୋନ୍ସେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ । ୨୭ ଜାନୁଆରୀରେ ସେ ପ୍ରଶାସନିକ କାର୍ଯ୍ୟାଳୟ ବ୍ରହ୍ମପୁର ଦ୍ୱାରା ଗୋପାଳପୁର ସ୍ଥିତ ହୋଟେଲ ମେ ଫେୟାର ଠାରେ ଆୟୋଜିତ ‘ନେକ୍ସଟ୍ ଲିପ୍’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ କର୍ପୋରେଟ୍ ସାମାଜିକ ଦାୟିତ୍ୱ ପଦକ୍ଷେପରେ ଜିଲ୍ଲା ମୁଖ୍ୟ ହସ୍ପିଟାଲ ବୌଦ୍ଧକୁ ଏକ ଆମ୍ବୁଲାନ୍ସ ଦାନ କରିଥିଲେ । ସେହିପରି , ୨୮ ଜାନୁଆରୀରେ ପ୍ରଶାସନିକ କାର୍ଯ୍ୟାଳୟ ଭୁବନେଶ୍ୱରଠାରେ ଆୟୋଜିତ ଅନ୳ ଏକ କାର୍ଯ୍ୟକ୍ରମରେ ଶ୍ରୀ ଟୋନ୍ସେ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ନନ୍ଦନକାନନ ଅଭୟାରଣ୍ୟକୁ ଦୁଇଟି ବ୍ୟାଟେରୀ ଚାଳିତ ଯାନ ଦାନ କରିଥିଲେ ଏବଂ  ଭୁବନେଶ୍ୱର ମ୍ୟୁନିସିପାଲ୍ ହସ୍ପିଟାଲକୁ ଏକ ହରିଜୋଣ୍ଟାଲ୍ ସିଲିଣ୍ଡ୍ରିକାଲ୍ ଅଟୋକ୍ଲେଭ୍ ମେସିନ୍ ଦାନ କରାଯାଇଥିଲା । ଏହି ମେସିନ୍ ମୁଖ୍ୟ ଅସ୍ତ୍ରୋପଚାର ଥିଏଟର, ମାଇନର୍ ଓଟି, ଲେବର ରୁମ୍ ଏବଂ ଅନ୍ୟାନ୍ୟ ବିଭାଗରେ ବ୍ୟବହାର ପାଇଁ ଡ୍ରେସିଂ ଏବଂ ଶଲ୍ୟ ଚିକିତ୍ସା ଉପକରଣଗୁଡ଼ିକୁ ଜୀବାଣୁମୁକ୍ତ କରିବା ପାଇଁ ବ୍ୟବହୃତ ହେବ । ଏହି ଦୁଇଟି କାର୍ଯ୍ୟକ୍ରମରେ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦିନେଶ ପରୁଥୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking