ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସନଗର ସହର କହେଁଇପୁର ସ୍ଥିତ ଅରୋମୀରା କିଡ଼ଜୀ ସ୍କୁଲର ୧0ମ ବାର୍ଷିକ ଉତ୍ସବ “ଉଡାନ” ସ୍ଥାନୀୟ ସଂସ୍କୃତି ଭବନ ଠାରେ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯାଜପୁରରୋଡ଼ ଆଦର୍ଶ ଥାନାଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଏନ ସି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ଗଙ୍ଗାଧର ବେହେରା, ସଂମ୍ମାନିତ ଅତିଥିଭାବେ ଅନୁଭବ ଦାସ, ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ନବକିଶୋର ମିଶ୍ର ପ୍ରମୁଖ ଯୋଗଦେଇ ଶିଶୁ ମାନଙ୍କର ବୌଦ୍ଧିକ ଏବଂ ଅନ୍ତର୍ନିହିତ ପ୍ରତିଭାକୁ ପ୍ରସ୍ପୁଠିତ କରିବା ପାଇଁ ଏହି ଶିକ୍ଷାନୁଷ୍ଠାନ ପ୍ରୟାସ ଜାରି ରଖିଛି | ମାତା ପିତା ଶିଶୁ ମାନଙ୍କର ପ୍ରଥମ ଗୁରୁ ଭାବେ ସେମାନଙ୍କୁ ଉତ୍ତମ ସଂସ୍କାର ଓ ବ୍ୟବହାର ଶିଖାଇ ଥାଆନ୍ତି | ତାହା ସେମାନଙ୍କ ଭବିଷ୍ୟତ ଗଠନରେ ସହାୟକ ହୋଇଥାଏ | ଅନୁଷ୍ଠାନର ନିର୍ଦ୍ଧେଶକ ସନ୍ତୋଷ କୁମାର ମିଶ୍ର କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିଲେ | ଶେଷରେ କ୍ୟାନସି ଧଳ ଧନ୍ୟବାଦ ଅର୍ପଣ କରିଥିଲେ | ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା | ଏହି ଉତ୍ସବରେ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | କାର୍ଯ୍ୟକ୍ରମରେ ସ୍କୁଲର ଶିକ୍ଷୟତ୍ରୀ ଶିକ୍ଷକ କର୍ମଚାରୀ, ଅଭିଭାବିକା ଅଭିଭାବକ ଯୋଗଦେଇଥିଲେ |










