23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଗିରଫ ହେଲେ ପୂର୍ବତନ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ପୁଅ

ଗିରଫ ହେଲେ ପୂର୍ବତନ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ପୁଅ

କଲୋମ୍ବୋ: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପାକ୍‌ସେଙ୍କ ମଝିଆ ପୁଅ ଯୋଶିତା ରାଜପାକ୍‌ସେଙ୍କୁ ସ୍ଥାନୀୟ ପୁଲିସ ଶନିବାର ଗିରଫ କରିଛି। ଡେଜସି ଫରେଷ୍ଟ ଦୁର୍ନୀତି ମାମଲାରେ ତାଙ୍କୁ ବେଲିଏଟା ପ୍ରାନ୍ତରୁ ଗିରଫ କରାଯାଇଛି। ୨୦୧୫ରେ ମହିନ୍ଦା ରାଜପାକ୍‌ସେ ଶ୍ରୀଲଙ୍କାର ରାଷ୍ଟ୍ରପତି ଥିବା ସମୟରେ ସମ୍ପତ୍ତି କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୂର୍ବରୁ ମହିନ୍ଦାଙ୍କ ଭାଇ ତଥା ଯୋଶିତାଙ୍କ ଦାଦା ତଥା ପୂର୍ବତନ ରାଷ୍ଟ୍ରପତି ଗୋଟବାୟା ରାଜପାକ୍‌ସେଙ୍କୁ ବି ଶ୍ରୀଲଙ୍କା ଦୁର୍ନୀତି ନିବାରଣ ଟିମ୍ ଜେରା କରିସାରିଛି। ଯୋଶିତାଙ୍କୁ ତାଙ୍କ ବାସସ୍ଥାନ ବେଲିଏଟ୍ଟାରୁ ଗିରଫ କରାଯାଇଛି। ସେ ମହିନ୍ଦାଙ୍କ ମଝିଆଁ ପୁଅ। ତେବେ ପୁଅ ଯୋଶିତାଙ୍କୁ ବଞ୍ଚାଇବା ପାଇଁ ମହିନ୍ଦା ରାଜପାକ୍‌ସେ ଶୁକ୍ରବାର ଶ୍ରୀଲଙ୍କା ସୁପ୍ରିମକୋର୍ଟରେ ଏକ ମୌଳିକ ଅଧିକାର ପିଟିସନ୍ ଦାଖଲ କରିଥିବା ବେଳେ ଏହା ଉପରେ ଶୁଣାଣି କରିବା ପୂର୍ବକ ଯୋଶିତାଙ୍କ ବିରୋଧରେ ଏହି ଗିରଫଦାରୀ ହୋଇଛି। ଅନ୍ୟପକ୍ଷେ ପୁଅ ଯୋଶିତା ଏବଂ ତାଙ୍କ ପରିବାର ପ୍ରତି ସୁରକ୍ଷା ଯୋଗାଇଦେବାକୁ ମହିନ୍ଦା ରାଜପାକ୍‌ସେ ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଗତ ମାସରେ ସରକାର ସେମାନଙ୍କ ସୁରକ୍ଷାକୁ ଯଥେଷ୍ଟ ହ୍ରାସ କରିଥିଲେ। ପ୍ରକାଶ, ୟୋଶିତା ରାଜପାକ୍‌ସେ ଜଣେ ପୂର୍ବତନ ନୌସେନା ଅଧିକାରୀ ହେବା ସହ ସେ ଶ୍ରୀଲଙ୍କାର ରାଷ୍ଟ୍ରପତିଙ୍କ ସହାୟକ, ପିଏମ୍‌ଓର ମୁଖ୍ୟ କର୍ମଚାରୀଭାବେ କାମ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking