ରାଜ୍ୟର ଋଣଭାରରେ ଉଲ୍ଲେଖନୀୟ ହ୍ରାସ
ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ପାଇଁ ରାଜସ୍ୱ ବ୍ୟୟରେ ୩୩.୮ ପ୍ରତିଶତ ହାରରେ ବୃଦ୍ଧି
ରାଜ୍ୟ ବିଜେପିର ଚବିଶ ବର୍ଷରେ କିଛି ହୋଇନାହିଁ ଉକ୍ତି ଭୁଲ୍ ପ୍ରମାଣିତ
ଭୁବନେଶ୍ୱର, : ନୀତି ଆୟୋଗଙ୍କ ଦ୍ୱାରା ପ୍ରକାଶିତ ୨୦୨୫ର ବିତ୍ତୀୟ ସ୍ୱାସ୍ଥ୍ୟ ସୂଚୀରେ, ଓଡ଼ିଶା ଦେଶର ସମସ୍ତ ରାଜ୍ୟ ମାନଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନରେ ରହିଛି। ଏହି ରିପୋର୍ଟକୁ ନେଇ ଆଜି ବିଜୁ ଜନତା ଦଳ ବିଜେପିକୁ ଘେରିଛି। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଡ଼ ସଂତୃପ୍ତ ମିଶ୍ର କହିଥିଲେ, ବିଜେପିର ନେତା ଓ ମନ୍ତ୍ରୀ ମାନଙ୍କ ଦ୍ୱାରା ବାରମ୍ୱାର ନବୀନଙ୍କ ଶାସନ କାଳରେ କିଛି ହୋଇନାହିଁ ବୋଲି କରୁଥିବା ପ୍ରଚାର ଆଜି କେନ୍ଦ୍ର ସରକାରଙ୍କ ସଂସ୍ଥା ନୀତି ଆୟୋଗର ଏହି ରିପୋର୍ଟରେ ଭୁଲ୍ ପ୍ରମାଣିତ ହୋଇଛି।
ଡ଼ ମିଶ୍ର କହିଥିଲେ, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଏହି ସୂଚୀ ଜାରି କରାଯାଇଛି, ଯେଉଁଥିରେ ଓଡିଶା ପ୍ରଥମ ସ୍ଥାନ ହାସଲ କରି ଆଚିଭର ବର୍ଗରେ ରହିଛି। ନୀତି ଆୟୋଗର ଏହି ରିପୋର୍ଟ ଅନୁଯାୟୀ, ୨୦୧୪-୧୫ରୁ ୨୦୨୧-୨୨ ପର୍ଯ୍ୟନ୍ତ ଲଗାତର ଭାବେ ଓଡିଶା ପ୍ରଥମ ସ୍ଥାନ ହାସଲ କରିଆସୁଛି। ତେଣୁ ଦୀର୍ଘ ସମୟ ଧରି ବିତ୍ତୀୟ ଶୃଙ୍ଖଳା ପ୍ରଦର୍ଶନ କରିବାରେ ଓଡିଶା ଉଦାହରଣ ସୃଷ୍ଟି କରିଛି।
ନୀତି ଆୟୋଗଙ୍କ ଏହି ରିପୋର୍ଟ ଅନୁଯାୟୀ ସାମଗ୍ରୀକ ୬୭.୮ ପଏଌକ୍ଷଗ୍ଧ; ପାଇ ଓଡିଶା ପ୍ରଥମ ସ୍ଥାନରେ ରହିଥିବା ବେଳେ ୫୫.୨ ପଏଌକ୍ଷଗ୍ଧ; ପାଇ ଛତିଶଗଡ଼ ଦ୍ୱିତୀୟ ଓ ୫୩.୬ ପଏଌକ୍ଷଗ୍ଧ; ପାଇ ଗୋଆ ତୃତୀୟ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଥିବା ଓଡିଶା ଦ୍ୱିତୀୟ ସ୍ଥାନରେ ଥିବା ଛତିଶଗଡ଼ ଠାରୁ ୧୨ ପଏଌକ୍ଷଗ୍ଧ; ଭଳି ବୃହତ ବ୍ୟବଧାନ ରହିଛି। ବିକାଶ ମାନଚିତ୍ରରେ ଓଡିଶା ଠାରୁ ଆଗରେ ଥିବା ତାମିଲନାଡୁ, କର୍ଣ୍ଣାଟକ ଓ ହରିଆନା ବିତ୍ତୀୟ ଶୃଙ୍ଖଳା କ୍ଷେତ୍ରରେ ଓଡିଶା ଠାରୁ ଢେର ପଛରେ ରହିଛନ୍ତି। ପଞ୍ଜାବ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଏହି କ୍ଷେତ୍ରରେ ସବୁଠାରୁ ପଛରେ ରହିଛନ୍ତି।
ସେ କହିଥିଲେ, ଏହି ରିପୋର୍ଟ ଅନୁଯାୟୀ, ଓଡିଶା ଋଣ ସୂଚକାଙ୍କରେ ୯୯.୦ ଓ ନିୟମିତ ଋଣ ପୈଠ ଓ ଉନ୍ନତ ଋଣ ସ୍ଥିତିରେ ୬୪.୦ ସହିତ ପ୍ରଥମ ସ୍ଥାନରେ ରହିଛି। ସେହିପରି ଆର୍ଥିକ ଶୃଙ୍ଖଳା କ୍ଷେତ୍ରରେ ଓଡିଶା ୫୪, ବ୍ୟୟର ଗୁଣାତ୍ମକ ମାନରେ ୫୨ ଓ ରାଜସ୍ୱ ସଂଗ୍ରହରେ ୬୯.୯ ରହିଛି। ଓଡ଼ିଶାର ବିତ୍ତୀୟ ନିଅଌକ୍ଷଗ୍ଧ; ଦେଶର ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ସର୍ବନିମ୍ନ ରହିଛି। ୨୦୦୦-୦୧ରେ ରାଜ୍ୟର ବିତ୍ତୀୟ ନିଅଌକ୍ଷଗ୍ଧ; ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସଡିପି)ର ୬.୯ ଭଳି ଉଚ୍ଚ ସ୍ତରରେ ଥିଲା, ଯାହା ୨୦୨୨-୨୩ ବେଳକୁ ମାତ୍ର ଦୁଇ ପ୍ରତିଶତକୁ ଖସିଆସିଛି। ୨୦୧୯-୨୦ ପରଠାରୁ ଲଗାତର ଭାବେ ଓଡ଼ିଶାର ଋଣ ଭାର ହ୍ରାସ ପାଇବାରେ ଲାଗିଛି।
ଏହି ରିପୋର୍ଟରେ ଓଡ଼ିଶାର ରାଜସ୍ୱ ସଂଗ୍ରହ ବୃଦ୍ଧି ହାର ମଧ୍ୟ ଉଲ୍ଲେଖନୀୟ ଭାବେ ଅଗ୍ରଗତି କରିଥିବା ଦର୍ଶାଯାଇଛି। ୨୦୧୮-୧୯ରୁ ୨୦୨୨-୨୩ ଭିତରେ ଓଡ଼ିଶାର ଖଣି ରାଜସ୍ୱ ବୃଦ୍ଧି କ୍ଷେତ୍ରରେ ଚମକପ୍ରଦ ଅଭିବୃଦ୍ଧି ଘଟିଛି। ଚାରି ବର୍ଷ ତଳେ ରାଜ୍ୟର ମୋଟ ଘରୋଇ ଉତ୍ପାଦନର ଏହି ଆୟ ୨.୯ ପ୍ରତିଶତ ଥିଲା, ଯାହା ୨୦୨୨-୨୩ ବେଳକୁ ୫.୬ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ବଜେଟର ଅର୍ଥ ଖର୍ଚ୍ଚ ମାନରେ (ରଙ୍ଘକ୍ଟ୍ରରଦ୍ଭୟସଗ୍ଧଙ୍କକ୍ସର କ୍ତଙ୍କବକ୍ଷସଗ୍ଧଚ୍ଚ) ଓଡିଶା ୫୨ ପଏଌକ୍ଷଗ୍ଧ; ହାସଲ କରି ପ୍ରଥମ ଚାରିଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ଓଡ଼ିଶାର ରାଜସ୍ୱ ବ୍ୟୟ ୫୩.୫ ପ୍ରତିଶତ ଓ ପୁଞ୍ଜି ବ୍ୟୟ ୪୨ ପ୍ରତିଶତ ବୃଦ୍ଧି ପାଇଛି। ଏହି ସମୟରେ ରାଜ୍ୟର ରାଜସ୍ୱ ବ୍ୟୟ ହାରାହାରି ୯.୨ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ୨୦୨୦-୨୨ ମଧ୍ୟରେ ରାଜ୍ୟରେ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ରାଜସ୍ୱ ବ୍ୟୟ ୩୩.୮ ପ୍ରତିଶତ ହାରରେ ବୃଦ୍ଧି ପାଇଛି, ଯାହା ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଢେର ଅଧିକ।
ଡ଼ ମିଶ୍ର କହିଥିଲେ, ଏଫଆରବିଏମ ଆକ୍ଟର ଗାଇଡଲାଇନ ଅନୁଯାୟୀ, ରାଜ୍ୟର ଋଣ ପରିମାଣ ରାଜ୍ୟର ଜିଏସଡିପିର ୨୫ ପ୍ରତିଶତ ଭିତରେ ରହିବା କଥା, ଯାହା ୨୦୧୮-୧୯ରୁ ୨୦୨୨-୨୩ ଭିତରେ ଓଡ଼ିଶାର ୧୫ରୁ ୨୪ ପ୍ରତିଶତ ଭିତରେ ରହିଛି। ଉଲ୍ଲେଖଯୋଗ୍ୟ ଯେ, କୌଣସି ରାଜ୍ୟ ବା ଦେଶକୁ ଆଗକୁ ବଢ଼ିବାକୁ ହେଲେ ଆର୍ଥିକ ଶୃଙ୍ଖଳାର ଆବଶ୍ୟକତା ନିତ୍ୟାନ୍ତ ଜରୁରୀ। ଓଡିଶା ବିଭିନ୍ନ କ୍ଷେତ୍ରରେ ବିକାଶ ଅଭିମୁଖେ ଅଗ୍ରସର ହେବା ସହିତ ଆର୍ଥିକ ଶୃଙ୍ଖଳା ବଜାୟ ରଖିବା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ôଧ । ୨୦୦୦ ମସିହାରେ ନବୀନ ପଟ୍ଟନାୟକ ରାଜ୍ୟର ଶାସନ ଭାର ଗ୍ରହଣ କରିବା ସମୟରେ ରାଜ୍ୟର ଆର୍ଥିକ ସ୍ଥିତି ଏତେ ଦୟନୀୟ ଥିଲା ଯେ ସରକାରୀ କର୍ମଚାରୀଙ୍କୁ ଦରମା ଦେବାକୁ ଓଭରଡ୍ରାଫ୍ଟର ସହାୟତା ନେବାକୁ ପଡୁଥିଲା ଓ ପରେ ରିଜର୍ଭ ବ୍ୟାଙ୍କ ଓଭରଡ୍ରାଫ୍ଟ ଦେବାକୁ ମନା କରି ଦେଇଥିଲା। ନବୀନଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁଁ ଓଡିଶାକୁ ନୀତି ଆୟୋଗ ଭଳି କେନ୍ଦ୍ରୀୟ ସଂସ୍ଥାରୁ ପ୍ରଶଂସା ମିଳୁଛି। ନବୀନ ସରକାରଙ୍କ ଚବିଶ ବର୍ଷର ଶାସନ କାଳରେ ଓଡ଼ିଶାର କିଛି ବିକାଶ ହୋଇନାହିଁ ବୋଲି ଦାବି କରି ଆସୁଥିବା ବିଜେପି ଓ ନବୀନ ସରକାରଙ୍କ କାମକୁ କେବଳ ନାମ ଓ ରଙ୍ଗ ପରିବର୍ତ୍ତନ କରୁଥିବା ବିଜେପି ସରକାର ଆଜିର ଏହି ଉପଲବ୍ôଧକୁ ଓଡିଶାବାସୀଙ୍କ ସମ୍ମୁଖରେ ସ୍ୱୀକାର କରିବାର ଆବଶ୍ୟକତା ଅଛି ବୋଲି ଡ଼ ମିଶ୍ର କହିଥିଲେ।
ସେ ଆହୁରି କହିଥିଲେ, ନବୀନ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମେକ ଇନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶା ବିଶ୍ୱର ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା ମାନଙ୍କର ଆକର୍ଷଣର କେନ୍ଦ୍ର ପାଲଟି ପାରିଛି। ନବୀନଙ୍କ ଏହି ଦୂରଦର୍ଶୀ ଉଦ୍ୟମ ପାଇଁ, ପୁଞ୍ଜି ନିବେଶ ହାସଲ କରିବା କ୍ଷେତ୍ରରେ, ଓଡିଶା ୨୦୨୨ ମସିହାରେ ଦେଶର ତୃତୀୟ ଶ୍ରେଷ୍ଠ ରାଜ୍ୟ, ୨୦୨୩ ମସିହାରେ ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ ଓ ୨୦୨୪ ମସିହାରେ ଦେଶର ଶ୍ରେଷ୍ଠ ରାଜ୍ୟର ସ୍ଥାନ ହାସଲ କରିଥିଲା। ମେକ ଇନ ଓଡିଶାର ନାମ ପରିବର୍ତ୍ତନ କରାଯାଇ ଏବେ ଉତ୍କର୍ଷ ଓଡିଶା ରଖାଯାଇଛି। ଗୋଟିଏ ସଫଳ ଯୋଜନାର ନାମ ପରିବର୍ତ୍ତନର କ’ଣ ଆବଶ୍ୟକତା ପଡିଲା ବୋଲି ସେ ପ୍ରଶ୍ନ କରିଥିଲେ। ସୁତରାଂ ନବୀନଙ୍କ ସମୟରେ ଓଡିଶା ହାସଲ କରିଥିବା ସଫଳତାକୁ, କେବଳ ରାଜନୀତି ଉଦ୍ଦେଶ୍ୟରେ ଗୌଣ କରିବା ପାଇଁ ବିଜେପିର ଉଦ୍ୟମକୁ ଓଡିଶାବାସୀ ଗ୍ରହଣ କରିବେ ନାହିଁ ବୋଲି ସେ କହିଥିଲେ।