27.1 C
Bhubaneswar
Monday, March 30, 2026
Homeଦେଶ ବିଦେଶଟ୍ରେନ୍ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ଟ୍ରେନ୍ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ଜଲଗାଓଁ: ମହାରାଷ୍ଟ୍ର ଜଲଗାଓଁରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ଗୁରୁବାର ସୁଦ୍ଧା ୧୩କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ସେଣ୍ଟ୍ରାଲ ସର୍କଲ ରେଲୱେ ସେଫ୍ଟି କମିଶନର ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। କିଭଳି ଭାବେ ଏତେ ବଡ ଅଘଟଣ ଘଟିଲା ଏବଂ କିଏ ନିଆଁ ଲାଗିଥିବା ଗୁଜବ ଖବର ଦେଇଥିଲା , ସେସବୁ ଦିଗ ଉପରେ ଏବେ ଯାଞ୍ଚ କରାଯାଉଛି। ତେବେ ଏସବୁ ମଧ୍ୟରେ ଜଣେ ଚା’ ଦୋକାନୀ ହିଁ ସର୍ବପ୍ରଥମେ ଗୁଜବ କରିଥିଲେ ଯେ, ଟ୍ରେନ୍‌ରେ ନିଆଁ ଲାଗିଛି।

ଏଥିପାଇଁ କିଛି ଯାତ୍ରୀ ଭୟଭୀତ ହୋଇ ଟ୍ରେନ୍‌ରୁ ଡେଇଁପଡିଥିଲେ, ଯାହା ଫଳରେ ଅନ୍ୟ ଟ୍ରାକରେ ଆସୁଥିବା ବେଙ୍ଗାଲୁରୁ-ଦିଲ୍ଲୀ କର୍ଣ୍ଣାଟକ ଏକ୍ସପ୍ରେସ୍ ଟ୍ରେନ୍ ସେମାନଙ୍କୁ ଚାପି ଦେଇଥିଲା। ଘଟଣାସ୍ଥଳରେ ହିଁ ୧୧ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଆଜି ଆହତଙ୍କ ମଧ୍ୟରୁ ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ବୁଧବାର ଅପରାହ୍ନ ପ୍ରାୟ ୪ଟା ୪୫ ସମୟରେ ଉତ୍ତର ମହାରାଷ୍ଟ୍ରର ପାଚୋରା ସହର ନିକଟରେ ମହୋଜି ଏବଂ ପରଧାଡେ ଷ୍ଟେଶନ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସ୍ ଏହି ଦୁର୍ଘଟଣାକୁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି କହିଛନ୍ତି। ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ ଗିରୀଶ ମହାଜନ ଓ ସ୍ଥାନୀୟ ଜିଲାପାଳ, ପୁଲିସ ଅଧୀକ୍ଷକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଦୁର୍ଘଟଣା ନେଇ ବ୍ୟଥିତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ସମସ୍ତ ସହାୟତା ଯୋଗାଇଦେବାକୁ ଦୁଇ ମୁଖ୍ୟମନ୍ତ୍ରୀ ସମସ୍ତ ବନ୍ଦୋବସ୍ତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking