ଭୁବନେଶ୍ୱର : ପ୍ରତ୍ୟେକ ପିତାମାତା ନିଜ ପିଲାମାନଙ୍କର ବିକାଶ ପାଇଁ ବହୁତ ଚେଷ୍ଟା କରନ୍ତି । କିନ୍ତୁ ତାହା ସଫଳ ହୋଇନଥାଏ । ଆପଣଙ୍କ ପିଲା ସୁସ୍ଥ ଶାରୀରିକ ଏବଂ ମାନସିକ ସ୍ତରରେ ଫିଟ ରହିବା ପାଇଁ କିଛି ଜିନିଷ ଉପରେ ଧ୍ୟାନ ଦେବା ଆବଶ୍ୟକ । ପିଲାମାନଙ୍କର ବିକାଶ ପାଇଁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଅଟେ । ସେମାନେ ଖାଉଥିବା ଖାଦ୍ୟରେ ପଯ୍ୟାପ୍ତ ପରିମାଣର ପ୍ରୋଟିନ , କାଜ୍ମୋହାଇଡ୍ରେଟ , ଫ୍ୟାଟ , ଭିଟାମିନ ଏବଂ ମିନେରାଲସ କହିବା ଉଚିତ । କୁହାଯାଏ ଯେ ଶୋଇବା ସମୟରେ ଶରୀର ଅଭିବୃଦ୍ଧି ପାଇଁ ହରମୋନ ମୁକ୍ତ କରିଥାଏ । ଯାହାକି ପିଲାଙ୍କ ବିକାଶ ହୋଇଥାଏ । ଛୁଆମାନଙ୍କୁ ଭଲଭାବେ ଶୋଇବାକୁ ଦିଅନ୍ତୁ । ଛୁଆମାନଙ୍କ ଉଚ୍ଚତା ମଧ୍ୟ ଜେନେଟିକ୍ସ ଉପରେ ନିର୍ଭର କରେ । ସୂଯ୍ୟ କିରଣ ଭିଟାମିନ ଡିର ଏକ ପ୍ରାକୃତିକ ଉତ୍ସ । ଯାହା ହାଡର ବିକାଶ ପାଇଁ ଗୁରୁତ୍ୱପୂର୍ଣ । ପିଲାମାନେ ପ୍ରତିଦିନ କିଛି ସମୟ ସୂଯ୍ୟକିରଣରେ ଖେଳିବା ଆବଶ୍ୟକ । ପୁଷ୍ଟିକର ଖାଦ୍ୟ ଅଭାବ ହେଲେ ପିଲାମାନଙ୍କ ବିକାଶରେ ବାଧା ସୃଷ୍ଟି ହୋଇଥାଏ । ପିଲାମାନଙ୍କୁ ନିୟମିତ ଭାବରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।