ଭୁବନେଶ୍ୱର: ମାଘ ମାସ ରେ ଗ୍ରୀଷ୍ମର ପ୍ରକୋପ । ରାଜ୍ୟର ବିଭିନ୍ନ ସ୍ଥାନରେ ବଢିଛି ପାରଦ । ଗତ ୨୪ ଘଣ୍ଟା ଭିତରେ ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରହିଛି। ରାଉରକେଲା, ଦାରିଙ୍ଗବାଡି, କୋରାପୁଟରେ ୧୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । କିଛି ସହରରେ ତାପମାତ୍ରା ଗତ ୨୪ ଘଣ୍ଟାରେ ବୃଦ୍ଧି ପାଇଛି । ଚାନ୍ଦବାଲିରେ ପୂର୍ବ ପାରଦଠାରୁ ୪ ଡିଗ୍ରୀ ବଢିଛି ପାରଦ । ସେହିପରି ପାରାଦୀପରେ ୨.୮ ଡିଗ୍ରୀ, ଭୁବନେଶ୍ବରରେ ୨.୨ ଡିଗ୍ରୀ, କଟକରେ ୧.୩ ଡିଗ୍ରୀ ପାରଦ ବଢିଛି । ମୋଟାମୋଟି କହିବାକୁ ଗଲେ, ରାଜ୍ୟର ବିଭିନ୍ନ ସ୍ଥାନରେ ବଢିଛି ତାପମାତ୍ରା, କମିଛି ଶୀତ । ମାଘ ମାସରେ ବାଘ ଭଳି ଶୀତ ହେବା କଥା । କିନ୍ତୁ ଏବେଠୁ ଖରା ତାତି ଦେହକୁ କାଟୁଛି । ଆଗକୁ ବୈଶାଖ ମାସରେ ଖରା କେତେ ପ୍ରଚଣ୍ଡ ହେବା ତାହା ଏବେଠୁ ଅନୁମାନ କରାଯାଇପାରେ ।