22.1 C
Bhubaneswar
Thursday, January 23, 2025
Homeଦେଶ ବିଦେଶମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ

ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ

ଛତିଶଗଡ଼: ମାଓବାଦୀଙ୍କ ବଡ଼ ବିସ୍ଫୋରଣ ଉଦ୍ୟମ ପଣ୍ଡ ।  ଛତିଶଗଡ଼ ଦନ୍ତେୱାଡାରେ ମାଟି ତଳୁ ଉଦ୍ଧାର ହୋଇଛି ୨ଟି ଲ୍ୟାଣ୍ଡମାଇନ୍ । ଅଳ୍ପକେ ବର୍ତ୍ତିଯାଇଛନ୍ତି ଯବାନ। ଲାଲବାହିନୀ ଦନ୍ତେୱାଡ଼ାର ଆରଣପୁର ଅଞ୍ଚଳରେ ମାଟି ତଳେ ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ । ଯବାନମାନେ କୌଣସି ସୂତ୍ରରୁ ଖବର ପାଇ ୨ଟି ଲ୍ୟାଣ୍ଡମାଇନ୍ ଜବତ କରିଥିଲେ, ପରେ ବୋମା ନିଷ୍କ୍ରିୟକାରୀ ଟିମ୍ ବୋମା ନିଷ୍କ୍ରିୟ କରିଥିଲେ ।ସେହିପରି ଛତିଶଗଡ଼ ବିଜାପୁର ଜିଲ୍ଲା ବାସାଗୁଡାରୁ ୫୦ କିଲୋ ଓଜନର ଆଇଇଡି ଠାବ ହୋଇଛି । ବାସାଗୁଡା ଦୁର୍ଗା ମନ୍ଦିର ପୋଲ ତଳେ ଖଞ୍ଜା ହୋଇଥିଲା ବୋମା । ଯାହାକୁ ବିସ୍ଫୋରଣ କରି ନଷ୍ଟ କରିଛନ୍ତି ଯବାନ । ବିସ୍ଫୋରଣ ପରେ ରାସ୍ତା ଉପରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ନିକଟ ଅତିତରେ ଛତିଶଗଡ ସୀମାରେ ଆଇଇଡି ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ଯାଇଥିଲା ଏକାଧିକ ଯବାନଙ୍କ ଜୀବନ । ଏପରି ଭୟଙ୍କର ବିସ୍ଫୋରଣ ହୋଇଥିଲା ଯେ, ସେନା ଗାଡିର ସତ୍ତା ନଥିବାବେଳେ ଯବାନ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଥିଲା । ଏହାପରେ ସେଠାରେ ଲଗାତାର ସର୍ଚ୍ଚ ଅପରେସନ୍ ହୋଇଆସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking